Odisha news

ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କୁ ସ୍ୱର୍ଣ୍ଣପଦକ ସହ ସନ୍ଥ ମୂର୍ତ୍ତି ଉପାଧି

0

ବାରିପଦା  : ଉତ୍ତର ପ୍ରଦେଶସ୍ଥିତ ଗୋରଖପୁର ଅଞ୍ଚଳ ଭୂମଣ୍ଡଳୀୟ ମୁନି ସମାଜ ଅଧ୍ୟକ୍ଷଙ୍କ ସୁପାରିଶ କ୍ରମେ ଏହି ସର୍ବଭାରତୀୟ ସଂସ୍ଥାନ ପକ୍ଷରୁ ମୟୂରଭଞ୍ଜ ମାଟିକୁ ଧନ୍ୟ କରି ବାରିପଦା ଠାରେ ୧୯୮୦ ମସିହା ଠାରୁ ଏଯାବତ ପ୍ରାୟ ୨୨ଟି ସର୍ବଧର୍ମ ସମ୍ପ୍ରଦାୟର ୩୦୦ରୁ ଉର୍ଦ୍ଧ୍ୱ ସାଧୁ ଏବଂ ପ୍ରବକ୍ତା ମାନଙ୍କୁ ଗୋଟିଏ ମଞ୍ଚରେ ବସାଇ ଓଡିଶାରେ ମାନବ ଧର୍ମର ପ୍ରବର୍ତ୍ତକ, ସମଗ୍ର ମାନବ ଜାତି ପାଇଁ ଜୟ ସନ୍ଥ ଜୟ ସମାଜର ପ୍ରଥମ ସ୍ଲୋଗାନର ଉଦଘୋଷକ ଏବଂ ବନ୍ଧୁଭରା ବସୁନ୍ଧରା ଏବଂ ଜାତିର ଜୈତ୍ର ଗାନ ପାଇଁ ଜୟ ସନ୍ଥ ଜୟ ସମାଜ ପତ୍ରିକାର ପ୍ରତିଷ୍ଠାତା ହେତୁ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କୁ ସ୍ୱର୍ଣ୍ଣପଦକ ସହ ସନ୍ଥମୂର୍ତ୍ତି ଉପାଧିରେ ବିଭୂଷିତ କରାଯାଇଛି । ଦୂର ଯାତ୍ରା ପାଇଁ ଅସମ୍ମତି ପ୍ରକାଶ କରିବାରୁ ଉତ୍ତର ଓଡିଶା ପ୍ରାନ୍ତୀୟ ଆତ୍ମ କଲ୍ୟାଣ ଯୋଗ କେନ୍ଦ୍ର ମୁନି ସମାଜ ଶୁକୃଳି ଠାରେ ଏକ ବାର୍ଷିକ ଅଧିବେଶନରେ ତାଙ୍କୁ ବର୍ଣ୍ଣାଢ୍ୟ ପରିବେଶର ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରଥମେ ସେ ସତ୍ୟ ପତାକା ଉତ୍ତୋଳନ ପରେ ତାଙ୍କୁ ଉପାଧି ପ୍ରଧାନ ସହ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କୁ ଯୋଗାଯୋଗ କରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଈଶ୍ୱର ଏବଂ ଈଶ୍ୱରୀଙ୍କ ମଧ୍ୟରେ ଅନ୍ତର ବୁଝି ଯେ, ଦେହକୁ ପ୍ରାଧାନ୍ୟ ନଦେଇ ଭୋଗବାଦୀ ନୁହେଁ ବରଂ ଦେହୀକୁ ପ୍ରାଧାନ୍ୟ ଦେଇ ବାସ୍ତବବାଦୀ ଆତ୍ମ ଜ୍ଞାନୀ ତାପାଇଁ ସବୁଦିଗରୁ ଆସୁଥିବା କ୍ଷତ କ୍ଷାତିରେ ପରିଣତ ହୋଇଥାଏ ବୋଲି ମତାମତ ଦେଇଛନ୍ତି । ଏହି ଅଧିବେଶରେ ସହସ୍ରାଧିକ ମୁନି ମୁନିନୀଙ୍କ ସମେତ ମୁନିଶ୍ୱର ପଣ୍ଡିତ ନିରଞ୍ଜନ ଶାସ୍ତ୍ରୀଜି, ଯୋଗୀ ଅଜିତଜି, ଶିରିଶ ଚନ୍ଦ୍ରଜି, ବୁଧୁରାମଜି, ବିଶେଶ୍ୱର ଜି, ମନମୋହନ ଜି, ବୃହସ୍ପପତି ଜି, ବିକର୍ତନ ଜି, ଗୌରମୋହନ ଜି ଏବଂ ଅଚୁ୍ୟତାନନ୍ଦ ଜି ମୁନି ମାନେ ସଭା ପରିଚାଳନା କରିଥିଲେ ।

Leave A Reply