Odisha news

ବାରିପଦା ଠାରେ ରାସାୟନିକ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଟେବୁଲ ଟପ ଅଭ୍ୟାସ

0

ବାରିପଦା  : ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ଟେବୁଲ ଟପ ଅଭ୍ୟାସ, ବାରିପଦା ସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଡେପୁଟି କଲେକ୍ଟର ସୁଶ୍ରୀ ଶ୍ରଦ୍ଧା ସୁମନ ଆଗକୁ ଡାଏନା ଫୋମ୍ସ ଇଣ୍ଡଷ୍ଟ୍ରି, ରାଇରଙ୍ଗପୁର ଠାରେ ହେବାକୁ ଥିବା ରାସାୟନିକ ବିପର୍ଯ୍ୟୟ ପରିଚାଳନାର ମକଡ୍ରିଲ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଟେବୁଲ ଟପ ଅଭ୍ୟାସରେ ସୁଶ୍ରୀ ସୁମନ କଂଟ୍ରୋଲ ରୁମ, ଞକ୍ସସବଶରୟ ଉରଦ୍ଭଗ୍ଧକ୍ସର, ରିଲିଫ ସେଣ୍ଟର, ପ୍ରଦୂଷଣ ସ୍ଥାନ, ନାଲି, ହଳଦିଆ ସବୁଜ ଜୋନ୍ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ୍ରାଫ, ଅଗ୍ନିଶମ, ପୋଲିସ, ସୂଚନା ଓ ଲୋକସମ୍ପର୍କ, ମହିଳା ଏବଂ ଶିଶୁ ବିକାଶ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ, ଯୋଗାଣ ଆଦି ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ଡାଏନା ଫୋମ୍ସ ଇଣ୍ଡଷ୍ଟ୍ରିର ମ୍ୟାନେଜିଂ ଡାଇରେକ୍ଟର ଟି.କେ. ବିଜୟନ ଇଣ୍ଡଷ୍ଟ୍ରି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ବ୍ୟବହୃତ କେମିକାଲର ପ୍ରଭାବ ଉପରେ ସୂଚନା ଦେଇଥିଲେ । ଏଥିସହିତ ବିଜୟନ ଇଣ୍ଡଷ୍ଟ୍ରିର ମାନକ ଅପରେଟିଂ ପଦ୍ଧତି ସମସ୍ତ ଉପସ୍ଥାପନ କରିଥିଲେ । ସୂଚନା ଥାଉକି, ଏହି ମକ୍ଡ୍ରିଲ ଆସନ୍ତା ୧୧ତାରିଖରେ ରାଇରଙ୍ଗପୁର ଠାରେ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ଏହି ଅଭ୍ୟାସରେ ଜିଲ୍ଲାର ସମସ୍ତ ଜରୁରୀକାଳୀନ ବିଭାଗର ଅଧିକାରୀ ମାନେ ଏହି ଟେବୁଲ ଟପ ଅଭ୍ୟାସକୁ ଡିପିଓ ଜଗବନ୍ଧୁ ମହାନ୍ତି ସଂଯୋଜନା କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି ପ୍ରକାଶ କରିଛନ୍ତି ।

Leave A Reply