Odisha news

ଏକ ଦିବସୀୟ ଜେଆରସି ଓରିଏଣ୍ଟସନ କାର୍ଯ୍ୟକ୍ରମ ଉଦ୍ଘାଟିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ୧୪ଗୋଟି ବ୍ଲକର ଜୁନିୟର ରେଡ୍କ୍ରସ କାଉନସେଲରମାନଙ୍କୁ ନେଇ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ଓରିଏଣ୍ଟେସନ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ତାପସ କୁମାର ନାଏକ ସଭାପତିତ୍ତ୍ୱ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ପୂର୍ବତନ ଅବୈତନିକ ରେଡ୍କ୍ରସ୍ ସମ୍ପାଦକ ମେଜର କଳ୍ପନା ଦାସ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରଦ୍ଧା ସୁମନ ଯୋଗଦେଇ ସ୍ୱେଛାସେବୀ ମାନେ ବଡ଼ ବଡ଼ ବିପର୍ଯ୍ୟୟକୁ ସାମ୍ନା କରି ସଫଳ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ଜୁନିୟର ରେଡ୍କ୍ରସ ଅଧିକାରୀ ଲଷ୍ମଣ କୁମାର ସ୍ୱାଇଁ ଯୋଗଦେଇ ପ୍ରାଥମିକ ଚିକିତ୍ସାରେ ଅନେକ ମୂଲ୍ୟବାନ ଜୀବନକୁ ବଞ୍ଚାଯାଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ, ପୂର୍ବତନ ଆଲୁମିନି କମିଟିର ସଦସ୍ୟା ବନଜା ମହାନ୍ତି, ଜୟନ୍ତୀ ଲେଙ୍କା, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଭାଗିରଥି ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ଜେଆରସି ସଂଯୋଜକ ଡଃ ଶଶୀଧର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଜୁନିୟର ରେଡ୍କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଜାତୀୟ ସ୍ତରୀୟ ପ୍ରଶିକ୍ଷକ ସତ୍ୟ ନାରାୟଣ ଦାସ, ପ୍ରାଥମିକ ଚିକିତ୍ସା ସାଧନ କର୍ମୀ ମନୋଜ କୁମାର ଜେନା, ଦେବରାଜ ମିଶ୍ର, ବିପର୍ଯ୍ୟୟ ପରିଚାଳନା ସାଧନକର୍ମୀ ଚନ୍ଦନ କୁମାର ଦାସ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ପ୍ରାଥମିକ ସହାୟତା, ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା, ରେଡ୍କ୍ରସ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା । ସାଧନକର୍ମୀ ବିନ୍ଦୁରେଖା ପାତ୍ର, ଦୀପକ କୁମାର ରାମ ଓ ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Nalco

Leave A Reply