Odisha news

ଦ୍ୱାରଶୁଣି ଘାଟିରେ ଟ୍ୟାଙ୍କର-ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମୃତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ୪୯ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ଡ୍ରାଇଭରଙ୍କ ମୃତୁ୍ୟ ହେବାପରି ଅଭାବନୀୟ ଘଟଣା ଘଟିଯାଇଛି । ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ଡ୍ରାଇଭର ଜୀବନ୍ତଦଗ୍ଧ ହୋଇଯାଇଥିବାବେଳେ ଅନ୍ୟ ଜଣେ ଡ୍ରାଇଭର ଚାପି ହୋଇ ମୃତୁ୍ୟ ହୋଇଛି । ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଜଳିଯିବା ସହ ଟ୍ୟାଙ୍କର ଡ୍ରାଇଭର ଟ୍ରକ ଭିତରୁ ବାହାରି ନପାରି ଜଳିଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିବା ସହ ବାଙ୍ଗିରିପୋଷି ଥାନା ପୁଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଗୁରୁବାର ସକାଳ ପ୍ରାୟ ୮ଟା ସମୟରେ ଏକ ତେଲ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ । ଦୁର୍ଘଟଣା ଫଳରେ ଭାରସାମ୍ୟ ହରାଇ ଉଭୟ ଗାଡି ଘାଟି ରାସ୍ତାକଡକୁ ଓଲଟି ପଡିଥିଲେ । ଫଳରେ ଅଗ୍ନି ସଂଯୋଗ ହେବାରୁ ଘଟଣାସ୍ଥଳରେ ହିଁ ଜଣେ ଡ୍ରାଇଭର ଜଳିଯାଇଥିବାବେଳେ ଅନ୍ୟ ଜଣେ ଚାପି ହୋଇ ମୃତୁ୍ୟବରଣ କରିଛନ୍ତି । ତେବେ ମୃତକ ଡ୍ରାଇଭରଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ପାଇଁ ଦ୍ୱାରଶୁଣି ଘାଟି ରାସ୍ତାରେ ଗାଡିମଟର ଜାମ ପରିସ୍ଥିତି ପରିଲକ୍ଷିତ ହୋଇଥିଲା ।

Nalco

Leave A Reply