Odisha news

୨ଦିନିଆ ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦ୍ଘାଟିତ

0

ବାରିପଦା  : ବାରିପଦା ଷ୍ଟାଡିୟମରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାଃ ଦେବାଶିଷ ମାରାଣ୍ଡି ପତାକା ଉତ୍ତୋଳନ କରି ଉଦ୍ଘାଟନ କରିବା ସହ କ୍ରୀଡାର ବିକାଶ ପାଇଁ ଖେଳାଳି ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ନେତା ସୁନୀଲ କୁମାର ନାୟକ ପ୍ରତିଯୋଗୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କ୍ରୀଡ଼ାବିତ୍ ଓ କୋଚ କୁମାର ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ବେହେରା, ରମେଶ ରାଉତ, ପତି ଚରଣ ମହାନ୍ତ, ବିନୋଦ ରାମ, କୈଳାଶ ଚନ୍ଦ୍ର ବେହେରା ତଥା ସହ ସମ୍ପାଦକ ହର ପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଏଥଲେଟିକ ସହ ସମ୍ପାଦକ ଅମ୍ବିକା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିନର ଖେଳରେ ୧୪ବର୍ଷରୁ କମ ବାଳକ ବିଭାଗରେ ୬୦୦ମିଟର ଦୌଡରେ ରାଜୁ ବିନ୍ଧାଣି, ବାଳିକା ବିଭାଗରେ ଅର୍ଚ୍ଚନା ମହାନ୍ତ, ୨୦ବର୍ଷରୁ କମ ବାଳକ ବିଭାଗରେ ୫୦୦୦ମି ଦୌଡରେ ପ୍ରଦୀପ ମହାନ୍ତ, ପୁରୁଷ ବିଭାଗରେ ଅମୀୟ ରଞ୍ଜନ ମହାନ୍ତ, ୨୩ବର୍ଷରୁ କମ ପୁରୁଷ ବିଭାଗରେ ୧୦୦ମି ଦୌଡରେ ଶ୍ରବଣ କୁମାର ବାରିକ, ପୁରୁଷ ବିଭାଗରେ ସୋମାଲ କୁମାର ପ୍ରଧାନ, ୧୮ବର୍ଷରୁ କମ ବାଳିକା ବିଭାଗରେ ୧୦୦ମି ଦୌଡରେ ଲିତା ମହାନ୍ତ, ୨୦ବର୍ଷରୁ କମ ବାଳିକା ବିଭାଗରେ ସୋମବାରୀ ମାରାଣ୍ଡି, ପୁରୁଷ ବିଭାଗ ସଟପୁଟ ଥ୍ରୋରେ ଅନିଲ କୁମାର ଦଳବେହେରା, ୨୩ ବର୍ଷରୁ କମ ପୁରୁଷ ବିଭାଗରେ ନବୀନ ସିଂ ଓ ୧୬ ବର୍ଷରୁ କମ ବାଳିକ ବିଭାଗରେ ଲମ୍ବ ଡିଅାଁରେ ଅଭିନାଶ ମୁର୍ମୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Leave A Reply