ବାରିପଦା : ଚଳିତ ଡିସେମ୍ବର ୨୨ ରୁ ୨୭ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜ୍ୟ ତାଲିମ କେନ୍ଦ୍ର ବରୁଣେଇ ଠାରେ ଅନୁଷ୍ଠିତ ହୋଇଯାଇଛି ୧୯ତମ ରାଜ୍ୟସ୍ତରୀୟ ଜାମ୍ବରେଟ (ଓଡିଶାର ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ) । ଏଥିରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟ୍ସ ଗାଇଡ୍ସ ମୁଖ୍ୟ କମିସନର ପୂର୍ଣ୍ଣଚନ୍ଦ୍ର ସେଠୀ ଓ ମୟୂରଭଞ୍ଜ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟ୍ସ ଗାଇଡ୍ସ ସମ୍ପାଦକ ଭାଗିରଥି ମଲ୍ଲିକଙ୍କ ମାର୍ଗଦର୍ଶନରେ ଏବଂ ଜିଲ୍ଲା ସ୍କାଉଟ୍ସ ଆୟୋଜକ କମିଶନର ବିଜୟ କୁମାର ପାଣିଗ୍ରାହୀ ଓ ଜିଲ୍ଲା ଗାଇଡ଼ ଆୟୋଜକ କମିଶନର ସୁଲୋଚନା ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସ୍କାଉଟ୍ସ ଟ୍ରେନିଂ କମିଶନର ରମେଶ ଚନ୍ଦ୍ର ବିଶୋଇ କଣ୍ଟିଜେଣ୍ଟ ଲିଡର ଭାବେ ଅଂଶଗ୍ରହଣ କରି, ସ୍କାଉଟ ମାଷ୍ଟର ଶାନ୍ତନୁ କୁମାର ଦାଶ ଓ ସ୍କାଉଟ ମାଷ୍ଟର ଦୀପକ ରାମ ଏବଂ ଗାଇଡ଼ କ୍ୟାପଟେନ ଜ୍ୟୋତିର୍ମୟୀ ମହାରଣା, ପଦ୍ମିନୀ ପରିଡା, ଅନନ୍ଦିତା ମହାନ୍ତଙ୍କ ନେତୃତ୍ୱରେ ୫୦ଜଣ ଗାଇଡ୍ସ ଓ ୨୫ଜଣ ସ୍କାଉଟ୍ସ ଅଂଶଗ୍ରହଣ କରିଥିଲେ । ରାଜ୍ୟସ୍ତରୀୟ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଯୋଗାସନ ଓ ଲୋକନୃତ୍ୟରେ ଦ୍ୱିତୀୟ ସ୍ଥାନ ଏବଂ କ୍ୟାମ୍ପ ଫାୟାର, ଫୁଡ ପ୍ଲାଜାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ କୃତି ସ୍କାଉଟ୍ସ ଓ ଗାଇଡ୍ସମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।