Odisha news

ଆରଡିଏସ ସ୍ୱେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ଯୁବକ ଓ ଯୁବତୀ ମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ସ୍ୱେଚ୍ଛାସେବୀ ସଂସ୍ଥା ରୁରାଲ ଡେଭଲ୍ପମେଣ୍ଟ ଆକ୍ସନ ସେଲ୍ ଏବଂ ଭାରତ ସରକାରୀ ଖଦୀ ଓ ଗ୍ରାମ୍ୟ ଉଦ୍ୟୋଗ କମିଶନ ତଥା କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ମନ୍ତ୍ରାଳୟଙ୍କ ଦ୍ୱାରା ମନୋନୀତ ପ୍ରଶିକ୍ଷଣ ସହାୟକ ମୟୂରଭଞ୍ଜ ଜିଲ୍ଲାରେ ୧୨୦ଜଣ ଯୁବକ ଓ ଯୁବତୀ ମାନଙ୍କ ପାଇଁ ବାରିପଦା ବ୍ଲକ ସ୍ଥିତ ଟୁଙ୍ଗାଧୁଆ, ବାରିପଦା ପୌରାଞ୍ଚଳ ସ୍ଥିତ ସୁନାମୁହିଁ ଓ କୁଳିଅଣା ବ୍ଲକ ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉଦ୍ଘାଟନ ଉସôବରେ ମୁଖ୍ୟଅତିଥି ଅଭିମନୁ୍ୟ ପଟ୍ଟା ସହ ନିଦେ୍ର୍ଦଶକ ଖଦୀ ଗ୍ରାମଉଦ୍ୟୋଗ କମିଶନ, ସେକ ମଇଉଦ୍ଦିନ ସହକାରୀ ଖଦି କମିଶନ ଅଧିକାରୀଙ୍କ କରକମଳରେ ଶୁଭାରମ୍ଭ ହୋଇଅଛି । ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମୁତାବକ ମହୁଚାଷ, ଟସର ସୂତା ଉତ୍ପାଦନ ଓ ଟସର ବୁଣାକାର ପାଇଁ ଟେଲରିଂ ଓ ଏମ୍ରୋଡରୀ ଆଦି ବିଭାଗରେ ତିନି ମାସିଆ ପ୍ରଶିକ୍ଷଣ ଦିଆଯିବ । ଲାଭାର୍ଥୀ ମାନେ ପ୍ରଶୀକ୍ଷଣ ଶେଷ ହେବା ପରେ ହଜାର ଟଙ୍କା ବୃତ୍ତିରାଶି ସହିତ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ଓ ଆର୍ଟିସିଆନ କାର୍ଡ ଦିଆଯିବ । ଏହି ୩ଟି ପ୍ରଶିକ୍ଷଣ ସ୍ଥାନରେ ଉଦ୍ଘାଟନ ଉସôବରେ ଆରଡିଏସି ସମ୍ପାଦକ ବିଜୟ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ ଏବଂ ଦକ୍ଷତା ବିକାଶ ଆଭିମୁଖ୍ୟ ଓ ପ୍ରଶିକ୍ଷନ ଯୋଜନାକୁ ହିତାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଯୋଜନା ସମ୍ପର୍କରେ ବୁଝାଇଥିଲେ । ଅରଡିଏସି ସଂସ୍ଥା ପକ୍ଷରୁ ପ୍ରଶିକ୍ଷଣ ସଂଗଠିକା ସୁଶ୍ରୀ ପ୍ରିତୀପଲ୍ଲବୀ ପାଲ, ସହଯୋଗୀ ଅଶୋକ କୁମାର ବେହେରା, ଛବିରାଣୀ ମହାନ୍ତ, ସୀତା ମୁର୍ମୁ, କିରଣବାଳା ହାଁସଦାଃ, ବାଙ୍କବିହାରୀ ସିଂ, ଭାବଗ୍ରାହୀ ଆଚାର୍ଯ୍ୟ, ପ୍ରମୋଦ କୁମାର ଚୌଧୁରୀ, ସବିତା ସାହୁ, ଶିବ ପ୍ରସାଦ ମହାନ୍ତ ପ୍ରମୁଖ ସହଯୋଗ କରିଥିବାବେଳେ ଆରଡିଏସିର ପ୍ରକଳ୍ପ ନିଦେ୍ର୍ଦଶିତା ସୁଶ୍ରୀ ବିଦୁ୍ୟତ୍ପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply