Odisha news

ମୟୂରଭଞ୍ଜ ଡାକମଣ୍ଡଳର ୫୨ତମ ପ୍ରତିଷ୍ଠା ଦିବସ ପାଳନ

0

ବାରିପଦା  : ମୟୂରଭଞ୍ଜ ଡାକ ମଣ୍ଡଳ ୫୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ସ୍ଥାନୀୟ ସହୀଦ ସ୍ମୃତି ଭବନ ଠାରେ ପାଳନ କରାଯାଇଛି । ମୟୂରଭଞ୍ଜ ଏସପି ଏସ. ସୁଶ୍ରୀ, ଅବସରପ୍ରାପ୍ତ ପ୍ରିନ୍ସିପଲ୍ ଗଚଉ ସ୍ୱୟଂଶାସିତ ମହାବିଦ୍ୟାଳୟର ଡଃ ବନଜା ମହାନ୍ତି, ଅବସରପ୍ରାପ୍ତ ଓଡ଼ିଶା ଡାକ ପରିମଣ୍ଡଳ ଭିଜିଲାନ୍ସ ଅଧିକାରୀ ଭଗବାନ ସାମଲ ଓ ରାଇରଙ୍ଗପୁର ଡାକ ଅଧିକ୍ଷକ ରବି ନାରାୟଣ ବେହେରା ଯଥାକ୍ରମେ ମୁଖ୍ୟଅତିଥି, ମୁଖ୍ୟବକ୍ତା ଏବଂ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଡାକ ବିଭାଗର ବିବିଧ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୟୂରଭଞ୍ଜ ଡାକ ମଣ୍ଡଳର ଡାକ ଅଧିକ୍ଷକ ବସନ୍ତ କୁମାର ସିଂହ ସର୍ବପ୍ରଥମେ ବାର୍ଷିକ ବିବରଣୀ ପାଠ କରିବା ସଙ୍ଗେ ବିଭିନ୍ନ କ୍ଷେତ୍ରରେ ଡାକ ମଣ୍ଡଳ ହାସଲ କରିଥିବା ସଫଳତା ତଥା ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଡାକ ମଣ୍ଡଳ ଉଦ୍ଘାଟନ ବିଷୟରେ ବକ୍ତବ୍ୟ ରଖିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଥିବା କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏସ ଡି ରୁଦ୍ରକୁମାର ସଭା ପରିଚାଳନା କରିଥିବାବେଳେ, ଚନ୍ଦ୍ର ଶେଖର ମହାନ୍ତି ଓ କୌଶିକ ଅଧ୍ୟା ପୁରସ୍କାର ବିତରଣୀ ଏବଂ ବିଶ୍ୱରଂଜନ କାଲିଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରବିରଞ୍ଜନ ସେନାପତି ଧନ୍ୟବାଦ ପ୍ରସ୍ତାବ ଦେଇଥିବାବେଳେ ସପନ ପାଣିଗ୍ରାହୀ, ସୁଶାନ୍ତ ବେହେରା, ରବି ନାରାୟଣ ମହାନ୍ତ, ମନୋଜ ମହାନ୍ତ, ବିଭୁଦତ୍ତ ସାହୁ, ନୟନ ସାହୁ, ବିଭୁ ବେହେରା, ଅନିଲ ସାହା, ସୁରେଶ ସି, ତୁଳସୀ ସାହୁ ଓ ଅନୁପମା ପାତ୍ର ଆଦିଙ୍କ ସହୋଯୋଗରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

Leave A Reply