Odisha news

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡିଶା ଷ୍ଟାର୍ଟ-ଅପ୍ ବୁଟ୍ କ୍ୟାମ୍ପ

0

ବାରିପଦା  : ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକତା ତଥା ଷ୍ଟାର୍ଟ-ଅପ ସ୍ଥାପନରେ ସହଯୋଗ କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଏମଏସଏମଇ-ମନ୍ତ୍ରାଳୟ ଅଧିନସ୍ଥ ଷ୍ଟାର୍ଟଅପ ଓଡିଶା ଦ୍ୱାରା ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଓଡିଶା ଷ୍ଟାର୍ଟ-ଅପ ଯାତ୍ରା ଅଭିଯାନ ଗତ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଛି । ଏହି କ୍ରମରେ ଗତ ୧୪ତାରିଖ ଦିନ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ଷ୍ଟାର୍ଟ-ଅପ୍ ବୁଟ୍-କ୍ୟାମ୍ପ୍ ଆଇଆଇଟି ଭୁବନେଶ୍ୱରର ତତ୍ତ୍ୱାବଧାନ ତଥା ବିଶ୍ୱବିଦ୍ୟାଳୟର ଇନକୁ୍ୟବେସନ ସେଣ୍ଟରର ସହଯୋଗିତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟାର୍ଟ-ଅପ୍ ଓଡିଶା ତରଫରୁ ଡଃ ମନୀଷା ଆଚାର୍ଯ୍ୟ ଓ ଆଇଆଇଟି ଭୁବନେଶ୍ୱର ତରଫରୁ ପୁରବୀ ମିଶ୍ର ଏବଂ ଶକ୍ତି ସ୍ୱରୂପ ପତି ଯୋଗଦେଇ ଛାତ୍ର-ଛାତ୍ରୀଙ୍କୁ ଷ୍ଟାର୍ଟ-ଅପ ସ୍ଥାପନ କରିବାର ଆବଶ୍ୟକତା ତଥା ସେଥିରେ ସମ୍ମୁଖୀନ ହେଉଥିବା ବିଭନ୍ନ ସମସ୍ୟା ଓ ତା’ର ସମାଧାନ ତଥା ଓଡିଶା ସରକାରଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ପ୍ରକାରର ଷ୍ଟାର୍ଟ-ଅପ୍ ସ୍କିମ ବିଷୟରେ ଛାତ୍ର-ଛାତ୍ରୀଙ୍କୁ ଅବଗତ କରେଇଥିଲେ । ବିଶ୍ୱବିଦ୍ୟାଳୟର ଇନକୁ୍ୟବେସନ ସେଣ୍ଟରର ନିଦେ୍ର୍ଦଶିକା ଡଃ ଏମ.ହିମବିନ୍ଦୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇନକୁ୍ୟବେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ସୌମ୍ୟରଂଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଇନକୁ୍ୟବେସନ ସେଣ୍ଟରର ଉପ-ନିଦେ୍ର୍ଦଶକ ଡଃ ପ୍ରିୟ ରଞ୍ଜନ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ମହାବିଦ୍ୟାଳୟ ମାନଙ୍କରୁ ପ୍ରାୟ ୧୨୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରାୟ ୨୫ ଗୋଟି ଆଇଡ଼ିଆ ପ୍ରଦର୍ଶିତ କରିଥିଲେ । ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଗବେଷଣାରତ ଛାତ୍ର ଗୌତମ ସିଂ ତଥା ତାଙ୍କ ସହଯୋଗୀ କୁମାରୀ ସ୍ମୃତିରେଖା ମହାନ୍ତଙ୍କ ଦ୍ୱାରା ପ୍ରଦର୍ଶିତ “ଜୈବିକ ସାର’ ପ୍ରଥମ ସ୍ଥାନ, ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ ରଶ୍ମି ରେଖା ରାଉତ ଓ ତାଙ୍କ ସହଯୋଗୀ ଶ୍ରୀମାନ ଜ୍ୟୋତି ଜୀବନ ଗିରିଙ୍କ ପ୍ରସ୍ତାବିତ “ଇ-ଶାଳ’ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ବିଶ୍ୱବିଦ୍ୟାଳୟର କମ୍ପୁ୍ୟଟର ବିଜ୍ଞାନ ବିଭାଗର କୁମାରୀ ଅମିଶା ଦାସ, ତାଙ୍କ ସହଯୋଗୀ କୁମାରୀ ସୁସ୍ମିତା ବସା, ସୁଶ୍ରୀ ସଂଗୀତା ତଥା ଶ୍ରୀମାନ ବିଭୂଙ୍କ ଦ୍ୱାରା ପ୍ରଦର୍ଶିତ “ସ୍ମାର୍ଟ ବିନ- କଲେକ୍ଟୋରେମେଟିକ’ ତୃତୀୟ ସ୍ଥାନ ଅଧିକାର କରିଥିଲା । ଷ୍ଟାର୍ଟ-ଅପ୍ ଓଡିଶା ତରଫରୁ ସମସ୍ତ ବିଜୟୀ ଦଳଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉ କି ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଏହି ପ୍ରତିଯୋଗିତାରେ ୬୦ ଶତକଡା ଅଧିକ ଆଇଡ଼ିଆ ପ୍ରଦର୍ଶିତ ହୋଇଅଛି । ଭୁବନେଶ୍ୱରରୁ ଆସିଥିବା ଷ୍ଟାର୍ଟ-ଅପ ଉଦ୍ୟୋଗୀ ହିତେଶ ପଶା ଓ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ପୂର୍ବ ବର୍ଷର ଷ୍ଟାର୍ଟ-ଅପ୍ ଯାତ୍ରା ବିଜୟିନୀ କୁମାରୀ ସ୍ନେହା ନାୟକ ନିଜର ଔଦ୍ୟୋଗିକ ଅନୁଭୂତିକୁ ଏଥିରେ ବର୍ଣ୍ଣନା କରି ଉପସ୍ଥିତ ଛାତ୍ର-ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Leave A Reply