Odisha news

ଶିଳ୍ପ ଓ ମସô୍ୟ ନିଦେ୍ର୍ଦଶକଙ୍କ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

0

ବାରିପଦା  : ଶିଳ୍ପ ଓ ମସô୍ୟ ବିଭାଗର ନିଦେ୍ର୍ଦଶକ ମହମ୍ମଦ ସାଦିକ ଆଲାମ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଦୁଇବିଭାଗର କାର୍ଯ୍ୟକ୍ରମ ସବିଶେଷ ସମୀକ୍ଷା କରି ଫେରିଯାଇଛନ୍ତି । ୧୦ତାରିଖ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା ଓ ମସô୍ୟ ଉପନିଦେ୍ର୍ଦଶକ ଦିପ୍ତୀ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଦୁଇବିଭାଗର ସମସ୍ତ ଅଧିକାରୀ ମାନଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିସହିତ ଏହି ଦୁଇ ବିଭାଗର କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାକୁ ତ୍ୱରାନ୍ନିତ କରି ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ଓ ସରକାରଙ୍କ ଦ୍ୱାରା ପ୍ରଚଳିତ ସମସ୍ତ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରି ଏହାକୁ ୫ଟି ଓ ମୋ ସରକାର ପରିସର ମଧ୍ୟରେ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପୁନଶ୍ଚ ବାରିପଦା ଓ ରାଇରଙ୍ଗପୁର ଶିଳ୍ପ ସଂଘର ପ୍ରମୁଖ ଶିଳ୍ପଦ୍ୟୋଗୀ ମାନଙ୍କ ସହିତ ଶିଳ୍ପ ସମ୍ବନ୍ଧୀୟ ସମସ୍ୟା ଓ ତାହାର ନିରାକରଣ ନିମିତ୍ତ ସବିସ୍ତୃତ ଆଲୋଚନା କରିଥିଲେ । ଶିଳ୍ପ ସମ୍ବନ୍ଧୀୟ ଜମିଜମାର ଅସୁବିଧା ଓ ତାହାର ନିରାକରଣ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ଜିଲ୍ଲା ମସô୍ୟ ଅଧିକାରୀ, ସମସ୍ତ ସହକାରୀ ମସô୍ୟ ଅଧିକାରୀ ଓ ସମସ୍ତ ଶିଳ୍ପ ବିକାଶ ଅଧିକାରୀ ଯୋଗଦାନ କରିଥିଲେ । ଏଥିସହିତ ମୟୂରଭଞ୍ଜ ଜିଲ୍ଲାର ଛାଞ୍ଚଶିଳ୍ପାଞ୍ଚଳରେ ଅବସ୍ଥିତ ଶୁଭମ ସୁଦ, ସ୍ୱରୂପଭିଲ୍ଲାର ସୁମଙ୍ଗଳ ପ୍ଲାଷ୍ଟ, ଉଦଳା ନିକଟରେ ଥିବା ଖଲିପତ୍ର, ମହୁ ଏବଂ ପାମାରୋଜା ତେଲ ନିସ୍କାସନ ସ୍ଫୁର୍ତ୍ତି କ୍ଲଷ୍ଟର, ସାନକେରକେରା ସ୍ଥିତ ମା’କଟାଶୁଣୀ ମହିଳା ଏସଏଚଜି ମାଛଚାଷ, କୁଲଡିହା ସ୍ଥିତ ତି୍ରଲୋଚନ ବେହେରାଙ୍କ ଫାର୍ମପଣ୍ଡ, ଛେଳିଆ(ଖ) ସ୍ଥିତ ବବିତା ବେହେରାଙ୍କ ଜୈବ ପୁଞ୍ଜି ପଦ୍ଧତିରେ ମାଛଚାଷ ଓ ଅସ୍ତପୁରା ସ୍ଥିତ କୈଳାସ ହେଚେରୀ ପରିଦର୍ଶନ କରିଥିଲେ ।

Har Ghar Tiranga

Leave A Reply