Odisha news

ସିଟୁ ପକ୍ଷରୁ ୧୨ଦଫା ଦାବି ନେଇ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

0

ବାରିପଦା  : ସିଟୁ ପକ୍ଷରୁ ୧୨ଦଫା ଦାବି ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦେ୍ଦଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିଗୁଡିକ ଯଥାକ୍ରମେ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କା ଓ ପେନସନ ୧୦ହଜାର ଟଙ୍କା, କର୍ମଚାରୀ ମାନ୍ୟତା ସହ ୧୨ମାସର ଦରମା ପ୍ରଦାନ, ବକେୟା ପାଇ ନଥିବା ବା କମ୍ ପାଇଥିବା କର୍ମଚାରୀଙ୍କ ସଠିକ୍ ପ୍ରାପ୍ୟ ପ୍ରଦାନ, ସରକାରୀ ନିଦେ୍ର୍ଦଶ ମୁତାବକ ସଂଖ୍ୟାନୁଯାୟୀ ବହିଷ୍କାର ହୋଇଥିବା ପାଚିକା ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ମଧ୍ୟାହ୍ନ ଭୋଜନ, ଅଙ୍ଗନୱାଡି ଓ ଆଶାମାନଙ୍କର ପାଇଁ ପ୍ରଦାନ କରାଯାଇଥିବା ବଜେଟରେ ବ୍ୟୟ ବରାଦ ଅଧିକ କରାଯାଉ, ଶିକ୍ଷା ବିଭାଗରେ ପାଚିକା ସହାୟିକାମାନଙ୍କ ୪ର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଦେବା ସହିତ ଇପିଏଫ, ପେନସନ, ଇନସୁ୍ୟରାନ୍ସ ଆଦି ସମସ୍ତ ସାମାଜିକ ନିରାପତାତ ଯୋଗାଇ ଦିଆଯାଉ, ମଧ୍ୟାହ୍ନ ଭୋଜନ ଯୋଜନା ସହିତ ଅନ୍ୟାନ୍ୟ ସରକାରୀ ସଂସ୍ଥା ଗୁଡିକର ଘରୋଇ କରଣ ବନ୍ଦ କରାଯାଉ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ମୂଲ୍ୟବୃଦ୍ଧିକୁ କମ୍ କରାଯାଉ, ସମାନ କାମକୁ ସମାନ ମଜୁରୀ ଓ ସ୍ଥାୟୀ କାମର ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ, ସମସ୍ତ ଖାଲି ପଡିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପଦବୀ ଗୁଡିକରେ ସ୍ଥାୟୀ ନିଯୁକ୍ତି କରାଯାଉ, ପ୍ରତିବର୍ଷ ମଧ୍ୟାହ୍ନ ଭୋଜନ କର୍ମୀମାନଙ୍କର ପୋଷାକ ବାବଦରେ ଦୁଇଖଣ୍ଡ ସୂତାଶାଢୀ, ଦୁଇଖଣ୍ଡ ଆପ୍ରୋଚ ସହ ୨୦୦ ଟଙ୍କା ମାସକୁ ସଫେଇ ଭତ୍ତା ପ୍ରଦାନ, ରନ୍ଧନ କାର୍ଯ୍ୟ, ରନ୍ଧନ ଓ ଖାଦ୍ୟ ଗ୍ରହଣ ସ୍ଥାନ, ରନ୍ଧନ ଆସବାବ ପତ୍ର ଓ ଖାଦ୍ୟ ବଣ୍ଟନ ବ୍ୟତୀତ ପାଚିକା ସହାୟିକାମାନଙ୍କୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ନ କରାଯାଉ ଏବଂ ପ୍ରତ୍ୟେକ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ ଏବଂ ଉନ୍ନତ ମାନର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉ ଆଦି ବିଭିନ୍ନ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସିଟୁ ସମ୍ପାଦକ ଅମଲ ଦେଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ବହୁ ସିଟୁ କର୍ମୀ ଉପସ୍ଥିତ ଥିଲେ ।

Leave A Reply