Odisha news

କୁଡୁମୀ ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ସେପ୍ଟେମ୍ବର ୨୦ରେ ମୟୂରଭଞ୍ଜ ବନ୍ଦ ନେଇ ଚେତାବନୀ

0

ବାରିପଦା  : ସ୍ୱାଗତିକା ସମ୍ମିଳନୀ କକ୍ଷରେ ମୟୂରଭଞ୍ଜର କୁଡୁମି ସଂଗଠନ ଏକତ୍ରିତ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ସହ ସମସ୍ତ ସଂଗଠନକୁ ନେଇ ଏକ କୁଡୁମୀ ଏକତା ମଞ୍ଚ ଗଠନ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ସମସ୍ତ ତହସିଲଦାରମାନଙ୍କୁ କୁଡୁମୀ ଜନଜାତିର ସର୍ଭେ କରି ୭ଦିନ ମଧ୍ୟରେ ସର୍ଭେ ରିପୋର୍ଟ ରାଜ୍ୟସରକାଙ୍କୁ ଦିଆଯିବା ନେଇ ଓଡିଶା ସରକାରଙ୍କ ପକ୍ଷରୁ ଚିଠି ମାଧ୍ୟମରେ ନିଦେ୍ର୍ଦଶ ଦିଆଯାଇଅଛି । ଯଦି ଏହାର ବ୍ୟତିକ୍ରମ ହୁଏ ସେପ୍ଟେମ୍ବର ୨୦ତାରିଖରେ ସମଗ୍ର ମୟୂରଭଞ୍ଜକୁ ବନ୍ଦ କରାଯିବା ସହ ସର୍ବଭାରତୀୟ ଆଦିବାସୀ କୁଡୁମୀ ସମାଜ ପକ୍ଷରୁ ୨୦ତାରିଖରେ ଯେଉଁ ରେଳ ରୋକ ହେବ ତାହା ଓଡିଶାରେ ମଧ୍ୟ ହେବ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜର ଭଞ୍ଜପୁର ଓ କେନ୍ଦୁଝରର ହରିଚନ୍ଦ୍ରପୁର ଷ୍ଟେସନରେ ମଧ୍ୟ ଆନେ୍ଦାଳନ କରାଯିବ । ଏଥିସହ ପୂର୍ବତନ ସାଂସଦ ସାଲାଖାନ୍ ମୁର୍ମୁ ସେଙ୍ଗେଲ ଅଭିଯାନ ସଂଗଠନ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଏବଂ କାର୍ଯ୍ୟକଳାପକୁ ଦୃଢନିନ୍ଦା କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ କୁଡୁମି ସମାଜର ସଭାପତି ମନୋଜ କୁମାର ମହାନ୍ତ, କେନ୍ଦ୍ରୀୟ ଉପସଭାପତି ବସନ୍ତ କୁମାର ମହାନ୍ତ, କେନ୍ଦ୍ରୀୟ ଉପଦେଷ୍ଟା ପଦ୍ମଲୋଚନ ମହାନ୍ତ, ଜିଲ୍ଲା ସମ୍ପାଦକ ମେଘନାଦ ମହାନ୍ତ, ଓଡ଼ିଶା କୁଡ଼ୁମୀ ସେନାର ରାଜ୍ୟ ସଭାପତି ଦିବ୍ୟ ସିଂ, ସମ୍ପାଦକ ଦୁର୍ଗାଚରଣ ମହାନ୍ତ, ସଭାପତି ପଦ୍ମଲୋଚନ ମହାନ୍ତ ଓ ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply