ବାରିପଦା : ଡିଜେଲ ଓ ପେଟ୍ରୋଲର ଦରବୃଦ୍ଧି ପ୍ରତିବାଦରେ ସିପିଆଇ ଓ ସିପିଏମ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବାରିପଦା : ମଙ୍ଗଳବାର ସିପିଆଇ ଓ ସିପିଏମ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅତ୍ୟାଧିକ ମୂଲ୍ୟ ବୃଦ୍ଧି ବିରୋଧରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର ଅବକାରୀ ଶୁଳ୍କ ଓ ଭାଟ ଟିକ ହ୍ରାସ କରି ତୈଳ ଦର କମାଇବା ସଙ୍ଗେ ସଙ୍ଗେ ଲକ୍ଡାଉନ୍ ଯୋଗୁଁ ହନ୍ତସନ୍ତ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ପରିବାରର ମୁଣ୍ଡପିଛା ୧୦କେଜି ହାରରେ ଚାଉଳ/ଗହମ ମାଗଣାରେ ଯୋଗାଇବା, ଆୟକର ଦେବା ପରିସର ବାହାରରେ ଆୟ କରୁଥିବା ପରିବାରମାନଙ୍କୁ ମାସିକ ୭ହଜାର୫ଶହ ଟଙ୍କା ନଗଦ ଜମା ଛ’ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ଇତ୍ୟାଦି ପଦକ୍ଷେପ ନେବାକୁ ବାମପନ୍ଥୀ ଦଳମାନେ ଦାବି କରିଛନ୍ତି ।
ଏହି ବିକ୍ଷୋଭ ସଭାରେ ସିପିଏମ ଜିଲ୍ଲା ସମ୍ପାଦକ ରବି ଗୋସ୍ୱାମୀ ସଭାପତିତ୍ୱରେ କରିଥିବାବେଳେ ରାଜ୍ୟ ସହସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର, ସମ୍ପାଦକ ଜଗବନ୍ଧୁ ମିଶ୍ର, ସିପିଏମ ଜିଲ୍ଲା କମିଟି ସଦସ୍ୟ ଅମଲ ଦେ ଓ ଦାମଦର ମୁର୍ମୁ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାକୁ ଅକ୍ଷକ କୁମାର ଖୁଣ୍ଟିଆ, କ୍ଷିତିଶ ସାଶ୍ମଲ, ତି୍ରନାଥ ପାତ୍ର, ବଳରାମ ମହାନ୍ତ, ବଲରାମ ମୁର୍ମୁ, ରଘୁନାଥ ପଣ୍ଡା, ସେକ ମହମ୍ମଦ ରଜୁଆନ, ଅଶୋକ ଭଞ୍ଜଦେଓ, ମନୋରଞ୍ଜନ ପରିଡା, ଏସକେ କଶେତରାଏ, ଶ୍ରୀକାନ୍ତ ସାମଲ, ଗଙ୍ଗାଧର ସାମଲ, ସୁଭାଷ ତି୍ରପାଠୀ, ରଥ ସିଂ, ଚିତନ୍ନ୍ୟ ପୁରତୀ, କମଲ ମହାନ୍ତ, ଅନିଲ ମହାନ୍ତ, ବିରଞ୍ଚି ସିଂ, ସୁଦର୍ଶନ ରାଉଳ, ପରମେଶ୍ୱର ମହାନ୍ତ, ଚିତ୍ତରଞ୍ଜନ ବାରିକ, ବିକାଶ ପାତ୍ର, ନଲିନୀ କୁମାର ଦାସ, ଦୁର୍ଗା ମାରାଣ୍ଡି, ମମତାଜ ବକ୍ସ, ସତ୍ୟନାରାୟଣ ସେଠୀ, ଅଶୋକ ବେହେରା, ଜୀବନ ମହାକୁଡ ଓ ସୋନ୍ତଷ ଗିରି ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।