Odisha news

୭୭ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ପ୍ରଦୀପ ପ୍ରଜ୍ଜଳନ ଓ ଜାଗରଣ

0

ବାରିପଦା  : ୧୪ ଅଗଷ୍ଟ ସନ୍ଧ୍ୟା ୬ରୁ ମଧ୍ୟରାତି୍ର ପର୍ଯ୍ୟନ୍ତ ସିଆଇଟିୟୁ, ସାରାଭାରତ କୃଷକକ ସଭା ଓ ସାରା ଭାରତ କ୍ଷେତ ମଜଦୂର ୟୁନିୟନ, ମୟୂରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ପ୍ରାୟ ଦେଢଶହରୁ ଅଧିକ ସଭ୍ୟମାନଙ୍କୁ ନେଇ ଏକ ପ୍ରଦୀପ ପ୍ରଜ୍ଜଲନ ସଭା ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସିଆଇଟିୟୁ ଜିଲ୍ଲା ସଭାପତି ରବି ଗୋସ୍ୱାମୀ ସଭାପତିତ୍ୱ କରିଥିଲେ । ବର୍ତ୍ତମାନର କେନ୍ଦ୍ରରେ ଆରଏସଏସ ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ ଚରମ ସାଂପ୍ରଦାୟିକ ନରେନ୍ଦ୍ର ମୋଦି ଓ ଅମିତ ଶାହାର ବିଜେପି ସରକାର ଗଣତନ୍ତ୍ର ଓ ସମ୍ବିଧାନର ମୂଳତ୍ପାଟନ କରି ଯେ ଶାସନ ଚଲାଇଛନ୍ତି, ଏହା ଫଳରେ ମଣିପୁର ଦଙ୍ଗା, ହରିଆନାରେ ଅଶାନ୍ତିଭଳି ଘଟଣା ଅହରହ ଭାରତକୁ ଭାଗ କରିବା ଚକ୍ରାନ୍ତ କରିଛନ୍ତି । ଦେଶରେ ଦରଦାମ୍ ବହୁ ଉର୍ଦ୍ଧମୁଖୀ, ସାଧାରଣ ମଣିଷର କ୍ରୟ କ୍ଷମତାରୁ ବାହାରେ, ବେକାରୀ ସମସ୍ୟା ବଢିଚାଲିଛି ଏବଂ ଆଇନର ଶାସନ ନାହିଁ କହିଲେ ଚଳେ । ଏପରି ସ୍ଥିତିରେ ଦେସର ସ୍ୱାଧୀନତା ସମ୍ବିଧାନକୁ ବଞ୍ଚାଇବାକୁ ହେଲେ ବିଜେପି ସରକାରକୁ ଦିଲ୍ଲୀ ଗାଦିରୁ ହଟେଇବାକୁ ପଡିବ । ଏ ବିଷୟକୁ ଆଧାର କରି ସିଆଇଟିୟୁ ଜିଲ୍ଲା ସମ୍ପାଦକ ଅମଲ ଦେ, ସିଆଇଟିୟୁର ଜିଲ୍ଲା କୋଷାଧ୍ୟକ୍ଷ ଓ ମଟର କର୍ମଚାରୀ ସଂଘର ସଭାପତି ରଘୁନାଥ ପଣ୍ଡା, ପାଚିକା ସଂଘର ଜିଲ୍ଲା କମିଟି ସଦସ୍ୟା କୁଞ୍ଜଲତା ମହାନ୍ତ, ସନ୍ଧ୍ୟାରାଣୀ ବେହେରା, ମାଳତୀ ମହାନ୍ତ, ବିଏସଏନଏଲର କ୍ଷୀତିଶ ସାମମଲ, କ୍ଷେତ ମଜଦୁର ୟୁନିୟନ ଜିଲ୍ଲା ସଦସ୍ୟ ଦାମୋଦର ମୁର୍ମୁ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାକୁ କରିଥିବାବେଳେ ମନୋରଞ୍ଜନ ପରିଡା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ସୁଭାଷ ତି୍ରପାଠୀ, ସୁଭାସିନୀ ମହାନ୍ତ, ସୁମତି ଧୀର, ପ୍ରମିଳା ବେହେରା, କାଳୁ ଦେହୁରୀ, ସୀତା ଚପେୟାର, ଚୂଡାମଣି ମାଝୀ, ଶମ୍ଭୁ ବାରିକ, ରେବତୀ ମହାନ୍ତ, ଗୁରୁବାରୀ ନାଏକ, ଶକ୍ତିପଦ ସାହୁ, ସଞ୍ଜୟ ଜେନା, ଜଗନ୍ନାଥ ବିନ୍ଧାଣୀ ଓ ଆଲ୍ଲାଦି ହେମ୍ବ୍ରମ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ ।

 

Leave A Reply