ବାରିପଦା : ନ୍ୟାସାନାଲ ୟୁଥ ଆୱାର୍ଡସ ଫେଡେରେସନ ଅଫ ଇଣ୍ଡିଆ ଏବଂ ୱାର୍ଲଡୟୁଥ ଅର୍ଗାନାଇଜେସନ ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଛି ୱାର୍ଲଡୟୁଥ ସମିଟ୍ ୨୦୨୦ । ବିଶ୍ୱସ୍ତରରେ ଯୁବକମାନଙ୍କ ଦ୍ୱାରା ଆଗାମୀଦିନରେ ସମାଜକଲ୍ୟାଣ ତଥା ବହୁଜନ ହିତକର କାର୍ଯ୍ୟ କରାଯିବାର ନିଷ୍ପତ୍ତି ଓ ସଂକଳ୍ପ ନିଆଯାଇଛି । ଏଭଳି ଉସôର୍ଗୀକୃତ କାର୍ଯ୍ୟ କରିବାପାଇଁ ଗ୍ଲୋବାଲ ଆକ୍ସନରେ କରୋନା କଟକଣା ସତ୍ତ୍ୱେ ଯୁବକମାନଙ୍କ ଅନଲାଇନ୍ରେ ଆଲୋଚନାଚକ୍ର ସଫଳ ହୋଇଛି ।
ଆନ୍ତଃର୍ଜାତୀୟ ଯୁବଦିବସରେ ୱାର୍ଲଡୟୁଥ ସମିଟ୍ ୨୦୨୦ରେ ବିଶ୍ୱର ୧୪ଟି ଦେଶର ୨୭୭ଜଣ ଯୁବକ ଅଂଶଗ୍ରହଣ କରିଥିଲେ । ଓଡିଶାରୁ ଏକମାତ୍ର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ଡଃ ସ୍ମୃତିରଞ୍ଜନ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଭଳି ବିଶ୍ୱସ୍ତରୀୟ ଆୟୋଜିତ ଆଲୋଚନାରେ ଯୋଗଦେଇ ସଫଳ ଆଲୋଚନା ପାଇଁ ବିଭିନ୍ନସ୍ତରରୁ ଶୁଭେଚ୍ଛା ଜଣାଯାଇଛି । ଏଥିପାଇଁ ଡଃ ଦାସ କାର୍ଯ୍ୟକ୍ରମର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।