Odisha news

ଏମ୍ପିସି କଲେଜ ବାଣିଜ୍ୟ ବିଭାଗ ପକ୍ଷରୁ ଜଳଛତ୍ର ଅନୁଷ୍ଠିତ

0

ବାରିପଦା  : ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍ଥାନୀୟ ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବାଣିଜ୍ୟ ବିଭାଗର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ମହାବିଦ୍ୟାଳୟରେ ଏକ ଜଳଛତ୍ର ଅନୁଷ୍ଠିତ ହୋଇଯାଇଛି । ଅତିଶୟ ଗରମ ହେତୁ ଛାତ୍ରଛାତ୍ରୀ ମାନଙ୍କୁ ଜଳଜିରା ପାଣି, ଲେମ୍ବୁ ପାଣି ଏବଂ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ସାହୁ ଜଳଛତ୍ରକୁ ଉଦ୍ଘାଟନ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଡଃ. ଆଶୁତୋଷ ପ୍ରୟାସ ଦାସ ଏବଂ ଅନ୍ୟାନ୍ୟ ଅଧ୍ୟାପକ/ଅଧ୍ୟାପିକା ବାଣିଜ୍ୟ ବିଭାଗର ଡଃ ଅନାମ ଚରଣ ରାଉଳ, ଡଃ ଅର୍ଜୁନ କୁମାର ସାହୁ, ଡଃ. ରୁପ୍ସା ମହାପାତ୍ର, ଭୀମ ଚରଣ ମୁର୍ମୁ, ସୀମା ଅଗ୍ରୱାଲ ଏବଂ ବାଣିଜ୍ୟ ବିଭାଗର ଅତିଥି ଅଧ୍ୟାପକ/ଅଧ୍ୟାପିକା ରତିକାନ୍ତ ବାରିକ, ହିତେଶ ଗୁପ୍ତା, ଫ୍ରିଡସ ସାଇମା ଓ ଦିକ୍ସା ମେଡମ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାବେଳେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ/ଅଧ୍ୟାପିକା ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଏବଂ ଜାତୀୟ ସେବା ଯୋଜନାର ସ୍ୱେଛାସେବୀ ମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ଥିଲେ ।

Nalco

Leave A Reply