Odisha news

ଗୋପାଳ ମହାନ୍ତଙ୍କ ହତ୍ୟା ପ୍ରତିବାଦରେ ଏକତ୍ରୀତ ହେଲେ ଅଞ୍ଚଳବାସୀ

0

ବାରିପଦା  : ରବିବାର ସକାଳ ୯ ଘଟିକା ସମୟରେ ବଡଚାଟରା ହାଟ ପଡିଆରେ ମୃତ ଗୋପାଳ ମହାନ୍ତଙ୍କର ହତ୍ୟାର ପ୍ରତିପାଦ ସଭା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ମଞ୍ଚର ଆବାହକ ବଳରାମ ମୁର୍ମୁ, ବିଶ୍ୱନାଥ ମହାନ୍ତ, ହୃଷିକେଶ ମହାନ୍ତଙ୍କ ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରୁ ଗୋପାଳ ମହାନ୍ତଙ୍କ ହତ୍ୟାର ପ୍ରତିବାଦରେ ଜନସାଧାରଣ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ମୃତ ଗୋପାଳ ମହାନ୍ତଙ୍କ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଉପସ୍ଥିତ ସମସ୍ତ ଭଦ୍ରବ୍ୟକ୍ତି ଅମାନିଷିକ ହତ୍ୟାକାଣ୍ଡ ବିରୁଦ୍ଧରେ ନିନ୍ଦା କରିବା ସହିତ ସମସ୍ତ ହତ୍ୟାକାରୀଙ୍କୁ ଏବଂ ଏ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦୃଢ ଦାବୀ ଉପସ୍ଥାପନ କରିଥିଲେ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାର ଆଣିବା ପାଇଁ ଜିଲ୍ଲାପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି ଉପସ୍ଥାପନା ହୋଇଥିଲା । ଏହି ଘଟଣାର ନ୍ୟାୟ ନମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ପ୍ରତିବାଦ ସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଅଛି । ସଭାର ନିଷ୍ପତ୍ତି କ୍ରମେ ଏକ ପାଞ୍ଚ ଜଣିଆ ସୁରକ୍ଷା କମିଟି ଗଠନ କରିବା ସହିତ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଅଛି । ଏହି କମିଟିରେ ସୂର୍ଯ୍ୟକାନ୍ତ ମୁର୍ମୁ, ବିଶ୍ୱନାଥ ମହାନ୍ତ, ଅଜମ୍ବର ମହାନ୍ତ, ମହେଶ୍ୱର ମହାନ୍ତ, ପ୍ରବୀର କୁମାର ମହାନ୍ତ ଏବଂ ଉପଦେଷ୍ଟା ଭାବେ ବଳରାମ ମୁର୍ମୁ, ଅଶୋକ କୁମାର ପୃଷ୍ଟି, ଭରତ ମହାନ୍ତ, ହୃଷିକେଶ ମହାନ୍ତ ଓ ହାଡିବନ୍ଧୁ ମହାନ୍ତଙ୍କୁ ଚୟନ କରାଯାଇଛି । ଆଜିର ସଭାରେ କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ, ଆଦିମ କୁଡୁମୀ ସେନାର ରାଜ୍ୟ ସଭାପତି ପଦ୍ମଲୋଚନ ମହାନ୍ତ, କୁଡୁମାଲୀ କାଲଚୁରାଲ ଏସୋସିଏସନ୍ର ସାଧାରଣ ସଂପାଦକ ଚିତ୍ତରଞ୍ଜନ ମହାନ୍ତ ଓ ସଭାପତି ଡଃ ଭକ୍ତହରୀ ମହାନ୍ତ, କୁଡୁମୀ ମହାନ୍ତ ମହାସଭାର କାର୍ଯ୍ୟକାରୀ ସଭାପତି ଇଂ. ପ୍ରଦୀପ ଚନ୍ଦ୍ର ମହାନ୍ତ, କୁଡୁମୀ ଯୁବ ଛାତ୍ର ସଂଗଠନର ସଭାପତୀ ପଟେଲୀ ମହାନ୍ତ, କୁଡୁମୀ ମହାନ୍ତ ମହାସଭାର ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଗୋପବନ୍ଧୁ ମହାନ୍ତ, ଟଟୋମିକ କୁଡୁମୀ ସମାଜର ରାଜ୍ୟ ସଭାପତି ସତ୍ୟରଞ୍ଜନ ମହାନ୍ତ, ଆଦିବାସୀ କୁଡୁମୀ ସମାଜର ସଭାପତି ଡା.ମନୋଜ କୁମାର ମହାନ୍ତ ଓ ବରିଷ୍ଠ କୁଡୁମୀ ସଂଗଠକ ଛୋଟେଲାଲ ମହାନ୍ତ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦାନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ପ୍ରଦାନ ସହିତ ଏହି ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ଦୃଢ ଦାବୀ କରିଥିଲେ ।

Nalco

Leave A Reply