Odisha news

ମୟୂରଭଞ୍ଜରେ କରୋନା ସଂଖ୍ୟା ୬୦୦ ଟପିଲା, ବଢିବାରେ ଲାଗିଛି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଫଳରେ ଜିଲ୍ଲାରେ କରୋନା ସଂଖ୍ୟା ୬୦୦ ଟପିଛି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ୨୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୬୦୩କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୨୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ସ୍ଥାନୀୟ ଅଞ୍ଚଳର ଏବଂ ଜଣେ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ରାଇରଙ୍ଗପୁର ଓ ଶୁକୃଳି ବ୍ଲକରୁ ଜଣେ ଲେଖାଏଁ, ରରୁଆଁ ଓ ଜାମଦା ବ୍ଲକରୁ ୨ଜଣ ଲେଖାଏଁ, ବେତନଟୀ ବ୍ଲକରୁ ୫ଜଣ ଚିହ୍ନଟ ହୋଇଥିବାବେଳେ ଶୁକୃଳୀ ବ୍ଲକରୁ ଜଣେ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ର ଓ ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ୧୦ଜଣ କରୋନା ଆକ୍ରାନ୍ତ ବଡସାହି ବ୍ଲକରୁ ଜଣେ, କପ୍ତିପଦା, ରାଇରଙ୍ଗପୁର ଓ ବହଳଦା ବ୍ଲକରୁ ଦୁଇଜଣ ଲେଖାଏଁ, ବିଜାତଳା ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ୍, ତେଲେଙ୍ଗାନା ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି ।

Nalco

Leave A Reply