ବାରିପଦା : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜୁଜନତା ଦଳ ଷଷ୍ଠ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ଓ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଡାଃ ଦେବାଶିଷ ମାରାଣ୍ଡି ଓ କରଞ୍ଜିଆ ନିର୍ବାଚନମଣ୍ଡଳୀ ପାଇଁ ପୁଣିଥରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ନାମ ଦଳ ରିପିଟ୍ କରିଛି । ବର୍ତ୍ତମାନ ସୁଧା ବିଜେଡି ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭାରୁ ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଚର୍ଚ୍ଚାରେ ଥିବା ବାଙ୍ଗିରିପୋଷି ନିର୍ବାଚନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡିର ଆଜି ପ୍ରାର୍ଥୀ ଘୋଷଣା ପରେ ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜେପିର ଭାଦବ ହାଁସଦାଃ ଓ ବିଜେଡିର ଦେବାଶିଷ ମାରାଣ୍ଡି ଏବଂ କରଞ୍ଜିଆରେ ବିଜେପିର ପଦ୍ମ ଚରଣ ହାଇବ୍ରୁ ଓ ବିଜେଡିର ବାସନ୍ତୀ ହେମ୍ବ୍ରମଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହେବ ବୋଲି ଚର୍ଚ୍ଚା ହେଉଛି ।