Odisha news

ମୟୂରଭଞ୍ଜ ବଳାଙ୍ଗୀ ମହୋତ୍ସବ ଉଦ୍ୟାପିତ

0

ବାରିପଦା  : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଠାରୁ ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୂରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବିଶିଷ୍ଟ ଅତିଥି ଭାବରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସଂଜୀବ କୁମାର ମହାନ୍ତି, ସାମ୍ବାଦିକ ସୌରଭ ପଟ୍ଟନାୟକ, ସମାଜସେବୀ ରଜତ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ମହାପାତ୍ର ଓ ବଳାଙ୍ଗୀ ମହୋତ୍ସବର ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ କଳା ସଂସ୍କୃତିର ଅବକ୍ଷୟକୁ ନରୋକିଲେ ସାମାଜିକ ଏବକ୍ଷୟ ଅବଶ୍ୟମ୍ଭାବି ବୋଲି କହିବା ସହିତ ବାରିପଦା ଠାରେ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳୀରେ ଦୀର୍ଘ ୨୨ବର୍ଷ ଧରି ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ମୟୂରଭଞ୍ଜ ଜିଲ୍ଲାରେ କଳା ସଂସ୍କୃତିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଏକ ସାଂସ୍କୃତିକ ଆନେ୍ଦାଳନ ଭାବରେ ପ୍ରତିଷ୍ଠିତ ହୋଇପାରିଛି ବୋଲି କହିଥିଲେ । ସହସମ୍ପାଦକ ଡଃ ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅତୀଶ କୁମାର ବେହେରା, ପ୍ରଶାନ୍ତ କୁମାର ପରୀକ୍ଷା, ଜନାର୍ଦ୍ଦନ ମହାନ୍ତ, ରଂଜନ କୁମାର ଦାଶ, ନରେନ୍ଦ୍ର ମୋହନ ସେନାପତି, ବଳରାମ ବେହେରା, ସନ୍ଦୀପ କୁମାର ନାୟକ, ସଞ୍ଜୟ କୁମାର ନାୟକ, ରାଜୀବ ଲୋଚନ ସେନାପତି, ସାଗରିକା ସେନାପତି, ରଜତ କୁମାର ପଣ୍ଡା, ପ୍ରକାଶ କାଣ୍ଡି, ଶଶୀଧର ବିଶ୍ୱାଳ, ଭାଗବତ ଲେଙ୍କା ଓ ସମ୍ବିଧାନ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବଳାଙ୍ଗୀ ଟେଲେଣ୍ଟ ହଣ୍ଟର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହୋତ୍ସବର ଶେଷ ଦିନରେ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଯଜ୍ଞର ପୂର୍ଣ୍ଣାହୁତି ସହିତ ବିଭିନ୍ନ ବର୍ଗର ସ୍ଥାନୀୟ ନୃତ୍ୟ କଳାକାର ମାନଙ୍କର ନୃତ୍ୟ ପ୍ରତିଯୋଗିତା ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥିବାବେଳେ ମୟୂରଭଞ୍ଜର ପାରମ୍ପରିକ ଝୁମର ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା । ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ସମ୍ପାଦକ ମିଥୁନ ବାରିକ, ପଦ୍ମନାଭ ମହାପାତ୍ର, କିଶୋର ମହାନ୍ତି, ଦିଲ୍ଲୀପ ପାତ୍ର ଓ ରମାକାନ୍ତ ରାଉତ ପ୍ରମୁଖଙ୍କ ନେତୃତ୍ୱରେ ବହୁ ସ୍ୱେଛାସେବୀ ମେଳା ପରିଚାଳନାରେ ସହଯୋଗ କରିଥିଲେ ।

Nalco

Leave A Reply