Odisha news

ଶ୍ରୀରାମ ନବମୀ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ : ବାରିପଦାରେ ବଡ଼ ଧରଣର ବୈଠକ ସମ୍ପନ୍ନ

0

ବାରିପଦା : ଶ୍ରୀରାମ ନବମୀ ମହୋତ୍ସବକୁ ଧୁମଧାମରେ ପାଳନ କରିବା ଦୃଷ୍ଟିରୁ ଏଠାରେ ଗତ କିଛିଦିନ ଧରି ଚାଲିଥିବା ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସହରର ବିଭିନ୍ନ ଭାଗ ସମ୍ପ୍ରତି ଗୈରିକ ପତାକାଯୁକ୍ତ ହେବା ସହ ରାମଙ୍କ ପ୍ରତି ସମର୍ପିତ ସଙ୍ଗୀତ ଗୁଡ଼ିକରେ ମୁଖରିତ ହୋଇଉଠୁଛି । ତେବେ ଶ୍ରୀରାମ ନବମୀ ଅବସରରେ ଏପ୍ରିଲ ୧୭ତାରିଖ ବୁଧବାର ଅପରାହ୍ନରେ ଏଠାରେ ବାହାରିବାକୁ ଥିବା ବିଶାଳ ବର୍ଣ୍ଣାଢ୍ୟ ରାମ ନବମୀ ଶୋଭାଯାତ୍ରା ଉପରେ ଏବେ ସମସ୍ତଙ୍କର ନଜର ରହିଛି ଏବଂ ଆୟୋଜକଙ୍କ ପକ୍ଷରୁ ମଧ୍ୟ ଏଥିନେଇ ସବୁପ୍ରକାର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଏ ଦୃଷ୍ଟିରୁ ଇତିମଧ୍ୟରେ ସ୍ଥାନୀୟ ଗୁରୁଜୀ ଗାର୍ଡେନରେ ଶ୍ରୀରାମ ନବମୀ ମହୋତ୍ସବ ସମିତି ପକ୍ଷରୁ ଏକ ବଡ଼ ଧରଣର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ସଂଯୋଜକ କବିବିଷ୍ଣୁ ଶତପଥୀଙ୍କ ଆବାହକତ୍ତ୍ୱରେ ଆୟୋଜିତ ଏହି ସମାବେଶରେ ବିଶ୍ୱ ହିନ୍ଦୁ ପରିଷଦର ଦିବାକର ତ୍ରିପାଠୀ, ରାମେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ଆଚାର୍ଯ୍ୟ, ମୟୂରଭଞ୍ଜ ସାହିତ୍ୟ ପରିଷଦର ମନୋଜ ଦଳବେହେରା, ଚିନ୍ମୟ ମିଶନର ଅଜିତ ବେହେରା, ବ୍ରାହ୍ମଣ ମହାସଭାର ଅଚୁ୍ୟତ ପ୍ରସାଦ ମହାପାତ୍ର ଓ ଦୋଳଗୋବିନ୍ଦ ଦାଶ, ଡ୍ରାଇଭର ସଂଘର ବିନୋଦ ଲୋହାର, ଆଇନଜୀବୀ ସୁଜାତା ମିଶ୍ର ଓ ଲିଙ୍ଗରାଜ ମିଶ୍ର, ଶିକ୍ଷାବିତ ସରୋଜ ଖୁଣ୍ଟିଆ ଓ ଅଶ୍ୱିନୀ କୁମାର ପାତ୍ର, କାଉନ୍ସିଲର ଲକ୍ଷ୍ମୀଧର ହାବୋଡା ଓ ରାଜ ଗୁପ୍ତା, ତୁଳସୀ ଚଉରା ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ମହାନ୍ତ, ଆରଏସଏସର ନିର୍ମଳ ଜେନା ଓ ତୁଷାରକାନ୍ତ ମହାନ୍ତ, ଆଦିତ୍ୟ ବାହିନୀର ରଘୁନାଥ ମହାନ୍ତ, ବିଦ୍ୟାର୍ଥୀ ପରିଷଦର କ୍ଷୀରୋଦ ଚନ୍ଦ୍ର ପଣ୍ଡା, ମାରୱାଡ଼ି ସମାଜର ମଞ୍ଜୁ ଖଣ୍ଡେଲୱାଲ, ନାରୀ ନେତ୍ରୀ ଶୋଭାବତୀ ଓତା, ପାୟଲ ରାୟ, ସସ୍ମିତା ପୃଷ୍ଟି ଓ ସସ୍ମିତା ବେହେରା ଏବଂ ବିଶ୍ୱଜିତ ରଣା, ସରୋଜ ପ୍ରହରାଜ, ଅଜିତ ଦଳେଇ, କୃଷ୍ଣା ରାମ, ମାନସ ସାହୁ, ତାପସ ପାଢ଼ୀ, ଦିବ୍ୟରଞ୍ଜନ ବିଶ୍ୱାଳ, ରବୀନ୍ଦ୍ର ସିଂହ, କଳ୍ପତରୁ ରାୟବାବୁ, ଚିନ୍ମୟ କୁମାର ବୋଡ଼େ, ରଞ୍ଜନ ନାୟକ, ଗୋବିନ୍ଦ ମନ୍ତ୍ରୀ, ଆଶୁତୋଷ ସାହୁ, ବିଭୁତି ଦାସ, ଗୌରହରି ପାତ୍ର, ସତ୍ୟନାଥ ପରିଡ଼ା, ସୌମ୍ୟ ସୌରଭ ମିଶ୍ର, ଅମିତ ନାୟକ, ଅଭିନବ ଭଞ୍ଜଦେଓ, ନନିଗୋପାଲ ଦାସ, ଅବିନାଶ ମୁଖୀ ଓ ରାଜବିର ବିନ୍ଧାଣି ପ୍ରମୁଖ ବଜରଙ୍ଗ ଦଳ ତଥା ମହୋତ୍ସବ ସମିତି କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ରାମ ନବମୀ ଶୋଭାଯାତ୍ରା ବେଳେ ଉତ୍ସାହ, ଉଦ୍ଦୀପନା ଭିତରେ ବି ଶାନ୍ତି, ଶୃଙ୍ଖଳା ବଜାୟ ରଖିବାକୁ ବୈଠକରେ ସଂକଳ୍ପ ନିଆଯାଇଥିଲା । ସମାବେଶରେ ସହରର ବିଭିନ୍ନ ବର୍ଗର ୩୦୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ବ୍ୟକ୍ତି ଯୋଗ ଦେଇଥିଲେ ।

Nalco

Leave A Reply