Odisha news

ଅସଲି ମାଲିକଙ୍କୁ ଧମକ ଦେଇ ଫସିଗଲା ନକଲି

0
ବାରଙ୍ଗ : ଜମି କାଗଜପତ୍ର କୁ ହେରଫେର କରି ଅସଲି ଜମି ମାଲିକଙ୍କୁ ଧମକ ଦେଇ ଫସିଗଲା ଜଣେ ନକଲି ଜମି ମାଲିକ । ଏଭଳି ଘଟଣା ନନ୍ଦନକାନନ ଥାନା ଅଞ୍ଚଳ ରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳ ରେ ଏକ ଚର୍ଚ୍ଚା ବିଷୟ ପାଲଟିଛି । ସୂଚନା ମୁତାବକ ,  ଡକ୍ଟର ଲକ୍ଷ୍ମୀଧର ଜେନା ନାମକ ବ୍ୟକ୍ତି ଗତ ୨୦୧୮ ମସିହାରେ ନନ୍ଦନକାନନଥାନା ଅନ୍ତର୍ଗତ ରଘୁନାଥପୁର ମଉଜାରେ  ଏକ ପ୍ଲଟ କିଣି  ପ୍ଲଟକୁ ନିଜ ନାମରେ କରିବା ସହିତ ସରକାରୀ ନିୟମ ମୁତାବକ ଖଜଣା ଭରୁଥିଲେ।ରଘୁନାଥପୁର ଅଂଚଳରେ ରହୁଥିବା
 ଓରିୟନ୍ସ ମିନେରଲର ମାଲିକ ସମୀର କୁମାର ପଟ୍ଟନାୟକ  ସହିତ ଗଣ୍ଡରପୁର ବ୍ରାହ୍ମଣସାହିର  ଧନଜୟ ପ୍ରଧାନ ଓ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଉକ୍ତ ପ୍ଲଟର ନକଲି କାଗଜପତ୍ର ପ୍ରସ୍ତୁତିକରିଥିଲେ। ସେମାନେ ନକଲି କାଗଜପତ୍ର  ସମୀର କୁମାର ପଟ୍ଟନାୟକଙ୍କ ନାମରେ ବାହାର କରିଥିବାବେଳେ , ଡକ୍ଟର ଲକ୍ଷ୍ମୀଧରଜେନାଙ୍କୁ ଉକ୍ତ ପ୍ଲଟ ଛାଡିଯିବା ପାଇ ଧମକାଇ ଥିଲେ। ଜେନା ଏହାର ପ୍ରତିବାଦ କରିବାରୁ ସମୀର,ଧନଜୟ ଓ ଅନ୍ୟ ୪ଜଣ  ସହଯୋଗୀ  ମିଶି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।ଏନେଇ ଡକ୍ଟର ଲକ୍ଷ୍ମୀଧରଜେନା ନନ୍ଦନକାନନ ଥାନାରେ  ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୪୨୦/୨୪କେଶ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ତଦନ୍ତ  କରିବା ସହ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସମୀର କୁମାର ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଚାରିଜଣ ଅଭିଯୁକ୍ତ ଫେରାର ଥିଲେ।   ଏକ ବିଶ୍ଵସ୍ତ ସୂତ୍ରରୁ ଖବରପାଇ ପୁଲିସ  ଫେରାରଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ  ଧନଜୟ ପ୍ରଧାନଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି ଏବଂ ଅନ୍ୟ ୪ଜଣ ଫେରାର ଥିବାର ସୂଚନା ମିଳିଛି।
Nalco

Leave A Reply