Odisha news

ବାରଙ୍ଗ ରେ ବୁଲିଲା ଚାପଡ,  ପୂର୍ବତନ ସରପଞ୍ଚଙ୍କ ସ୍ୱାମୀକୁ ମରଣାତ୍ମକ ଆକ୍ରମଣ 

0
ବାରଙ୍ଗ : ବାରଙ୍ଗଥାନା ଅନ୍ତର୍ଗତ ମଧୁବନଗାଁରେ  ରବିବାର ସକାଳେ ପୂର୍ବଶତ୍ରୁତାକୁ ନେଇ ପୂର୍ବତନ ସରପଞ୍ଚଙ୍କ ସ୍ୱାମୀକୁ ଭୁଜାଲିରେ ଆକ୍ରମଣ ହୋଇଛି। ସେ ଆହତ ହୋଇ ଏକ ଘରୋଇ ଡାକ୍ଟରଖାନାରେ ଚିକିତ୍ସିତ ହେଉଛନ୍ତି ।ଏହି ଘଟଣାରେ ଏକ କାରକୁ ମଧ୍ୟ ଭଙ୍ଗାରୁଜା ହୋଇଛି।ଗ୍ରାମରେ ଚାପା ଉତେଜନା ଦେଖା ଦେଇଥିବାରୁ ବାରଙ୍ଗ ପୋଲିସ ୧ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରି ଗଣ୍ଡଗୋଳ ନବଢିବା ଉପରେ ଗୁରୁତ୍ୱ ଦେଇଛି। ପ୍ରକାଶ ଯେ, ରବିବାର ସକାଳୁ ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ତଥା ଗ୍ରାମ ସଭାପତି ପବିତ୍ର ପ୍ରଧାନ   ଗ୍ରାମର କୋଠଘର ନିକଟରେ ନିର୍ମାଣଧୀନ କାର୍ତ୍ତିକେଶ୍ୱର ପୂଜା ଘରେ କାମ କରୁଥିବା ଲେବର ମାନଙ୍କୁ ପ୍ରେମେଣ୍ଟ ଦେବାକୁ ଯାଇଥିଲେ।  ସେ ପାଖରେ ଥିବା ଏକ  ଚା ଦୋକାନରେ ବସି ଚା ପିଉଥିଲେ। ଏହି ସମୟରେ  ଏହି ଗ୍ରାମର ୬ ଜଣ ଯୁବକ ଭରତ ମାଝୀ , ନିଳେଇ ମାଝୀ , ଫିଲୁ ମାଝୀ  ଓ ତାଙ୍କର ଅନ୍ୟ ୩ସହଯୋଗୀଆସି ପବିତ୍ରଙ୍କୁ ଅତର୍କିତ ଭାବରେ ପଛପଟୁ ଚାପଡ଼, ଭୁଜାଲି, ଲୁହାରଡ଼ରେ  ଆକ୍ରମଣ କରିଥିଲେ। ଆକ୍ରମଣରେ ପବିତ୍ର ମୁଣ୍ଡରେ ଗଭୀର ଆଘାତଲାଗି ରକ୍ତସ୍ରାବ ହୋଇଥିଲା।ଏହାସହ   ଡାହାଣ ହାତଟା ଭାଙ୍ଗି ଯାଇଥିଲା। ସେଠାରେ ଥିବା କିଛି ଲୋକ ଏହାର ପ୍ରତିବାଦ କରିବାରୁ  ଘଟଣାସ୍ଥଳରୁ ଆକ୍ରମଣକାରୀ ମାନେ  ଫେରାର ହୋଇଯାଇ ଥିଲେ। ଆକ୍ରମଣକାରୀମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଜୀବନରେ ମରିଦେବାକୁ ଧମକ ଦେଇ ଯାଇଥିବାର ପବିତ୍ର ବାରଙ୍ଗ ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି।ଗୁରୁତର ଅବସ୍ଥାରେ ପବିତ୍ରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ଓ ପରେ ଏକ ଘରୋଇ ଡ଼ାକ୍ତରଖାନାରେ ନିଆଯାଇଥିଲା।ଏହି ଘଟଣା ପରେ ଗାଁରେ ଉତେଜନା ଦେଖାଦେଇଥିଲା।ଖବର ପାଇ ବାରଙ୍ଗଥାନା ପୋଲିସ ଘଟଣା ସ୍ଥଳରେ ପହଂଚିବାରୁ ପରିସ୍ଥିତି ନିୟନ୍ତ୍ରଣ କୁ ଆସିଥିଲା।ପୋଲିସ ପବିତ୍ରର ଅଭିଯୋଗକୁ ଭିତ୍ତିକରି ୯୯/୨୪କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ସହିତ ଗଣ୍ଡଗୋଳ ବଢିବାର ସମ୍ଭାବନା ଥିବାରୁ  ଗ୍ରାମରେ ଏକ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରିଛି।ଅନ୍ୟପଟେ ଆକ୍ରମଣ କାରୀ ବ୍ୟବହାର କରିଥିବା ଓଡ଼ି୦୫-ବିଏଫ-୩୭୮୬ନମ୍ବର
କାରକୁ ଭଙ୍ଗାରୁଜା ମଧ୍ୟ କରାଯାଇଥିବାର ଦେଖିବାକୁ ମିଳିଛି।
Har Ghar Tiranga

Leave A Reply