Odisha news

ନନ୍ଦନକାନନ ରେ ଗାଡ଼ ଭାଲୁ ଅସୁସ୍ଥ

0
ବାରଙ୍ଗ ;  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଦିନ ବ୍ୟବଧାନ ପରେ ପୁଣି ଗୋଟିଏ ଗାଡ଼ ଭାଲୁ ଅସୁସ୍ଥ ହୋଇଛି । ଯାହାକୁ ନେଇ କର୍ତ୍ତୁପକ୍ଷ ଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ ମାସରେ ମୟୁରଭଂଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରୁ ଉଦ୍ଧାର ହୋଇ ଆସିଥିବା ଗାଡ଼ ଭାଲୁ ଟି ଗୁରୁବାର ଦିନ ରହୁଥିବା ଖୁଆଡ୍ ଭିତରେ ଗୁମ୍ ମାରି ବସି ରହିଥିବା ବେଳେ ପତଳା ଝାଡା  ହୋଇ ଦୁର୍ବଳ ହୋଇପଡ଼ିଥିଲା।  ଖୁଆଡ୍ ରେ କାମ କରୁଥିବା କର୍ମଚାରୀ ଭାଲୁର ଅସୁସ୍ଥତା ଦେଖି କର୍ତ୍ତୁପକ୍ଷ ଙ୍କୁ ସୂଚନା ଦେଇଥିଲେ । କର୍ତ୍ତୁପକ୍ଷ ସୂଚନା ପାଇ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସକ ଭାଲୁ କୁ ଖୁଆଡ୍ ରୁ  ଡାକ୍ତରଖାନା କୁ  ଆଣି ଚିକିତ୍ସା  କରିଥିବା ଜଣାପଡିଛି ।
Nalco

Leave A Reply