Odisha news

ମାତିଛନ୍ତି ଦନ୍ତା ,ଭୟରେ ଲୋକେ

0
ବାରଙ୍ଗ : ସାବଧାନ । ମାତିଛନ୍ତି ଦନ୍ତା । ଗୋଟେ ନୁହେଁ କି 2ଟି ନୁହେଁ ଏକା ଥରକେ 22ଟିକିଆ ହାତୀପଲ। ଗତ 3 ଦିନ ଧରି ଏହି ହାତୀପଲ ସନ୍ଧ୍ୟା ହେଲେ ରାଜ ରାସ୍ତାରେ ବୁଲୁଥିବା ବେଳେ ନିକଟ ଗାଁ ରେ ପଶୁଛନ୍ତି । ଫସଲ ନଷ୍ଟ କରିବା ସହ ପାଚେରୀ ଭଙ୍ଗିଦେଉଛନ୍ତି । ଏବେ ଚିନ୍ତା ରେ ପଡିଯାଇଛନ୍ତି ଲୋକେ ।  ଏ ହେଉଛି   ବାରଙ୍ଗବ୍ଲକ୍ ନରାଜମାର୍ଥାପୁର,ଓ ରାମଦାସପୁର ଗାଁ ର ଦୃଶ୍ୟ । ଏବେ   ୨୨ଟିକିଆ ହାତୀପହ୍ଲଙ୍କ ଦୈାରାତ୍ମ୍ୟ ଏହି ଅଞ୍ଚଳ  ଦେଖାଦେଇଛି ।ହାତୀପଦ୍ଲଙ୍କ ଉପଦ୍ରବ ଯୋଗୁ ଚାଷୀମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନାହିଁନଥିବା ହଇରାଣ ହେଉଛନ୍ତି ।ରାତିରେ ବାରଙ୍ଗ-ବାଙ୍କୀମୁଖ୍ୟରାସ୍ତା ଅତିକ୍ରାନ୍ତକରି ଚାଷଜମିକୁ ଯାଉଥିବାରୁ ଏହି ରାସ୍ତାରେ ଯାତାୟତକରୁଥିବା ସାଧାରଣଲୋକ ମଣୁ ନାହାଁନ୍ତି । ।ଏହି ହାତୀପହ୍ଲ କେତେବେଳେ ଗାଁମୁ୍‌ଣ୍ଡରେ ପହଁଚୁଛନ୍ତି ତ ଆଉ କେତେବେଳେ ଚାଷଜମିରେ ପସି ଫସଲ ନଷ୍ଟ କରିଚାଲିଛନ୍ତି ।ଯେତିକି ଖାଉଛନ୍ତି ତାଠୁ ଅଧିକ ନଷ୍ଟ କରିଦେଇଛନ୍ତି ।  ଦେବ ଦାସ, ସୁଶାନ୍ତ ଦାସଙ୍କ ପରି  ବହୁଚାଷୀଙ୍କର ପ୍ରାୟ ୧୫ଏକରରୁ ଉର୍ଦ୍ଧଧାନଚାଷ ନଷ୍ଟ କରିଦେଇଛନ୍ତି ଏହି ହାତୀପଲ ।ଚାଷୀମାନେ ରାତିଉଜାଗର ହୋଇ ଜୀବନକୁ ବାଜିଲଗାଇ ହାତୀମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ ବିଫଳ ହୋଇଛନ୍ତି ।ଖବରପାଇ ବନବିଭାଗ କର୍ମଚାରୀମାନେ ମଧ୍ୟ ଆସି ହାତୀ ଘଉଡାଇବାରେ ଚାଷୀମାନଙ୍କୁ ସହାୟତା କରୁଥିଲେ ମଧ୍ୟ ହାତୀମାନଙ୍କୁ ଜଙ୍ଗଲକୁ ଫେରାଇନେବାରେ ସକ୍ଷମ ହୋଇପାରିନାହାନ୍ତି ।  ।ଅନ୍ୟପଟେ କ୍ଷତିଗ୍ରସ୍ତ ଚାଷିମାନଙ୍କ କ୍ଷୟକ୍ଷତି ଆକଳନକରି ସେମାନଙ୍କୁ କ୍ଷତି ପୂରଣ କରାଯିବ ବୋଲି ଚନ୍ଦକା-ଡମପଡା ଡିଏଫଓ ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
Nalco

Leave A Reply