Odisha news

୧୦ ଟଙ୍କା ପାଇଁ ୨୦ଲକ୍ଷ ଗଣିବ ମଦ ଦୋକାନୀ

0
ବାରଙ୍ଗ୧ା୧୧:  ସବୁ ଦିନ ଭଳି ଖୋଲା ଥିଲା ଠିପି ମଦ ଦୋକାନ । ଗ୍ରାହକଙ୍କ ଲାଗିଥିଲା ଭିଡ଼ । କାଉଣ୍ଟର  ର ଛୋଟିଆ ଫାଟକ ଭିତରେ ହାତ ଗଳେଇ କିଏ ମାଗିଥିଲା ବୀୟର ହୁସ୍କି ତ ଆଉ କିଏ ରମ୍ ।ବର୍ଷ ବର୍ଷ ଧରି ଚାଲିଥିଲା ବେପାର । ବଢା ଚାଲିଥିଲା ନୋଟ ହେଲେ ଗ୍ରାହକ ଙ୍କ ଆବେଗ କୁ ଲୁଟି ନିର୍ଦ୍ଧାରିତ ମୂଲ୍ୟ ଠାରୁ  ଚଢ଼ା ଦରରେ ବିକ୍ରୀ ଚାଲୁଥିଲା  ମଦ ।ସମୟ ବଦଳିଲା । ଖାଉଟି ଅଦାଲତ ରେ ଜଣେ ଗ୍ରାହକ ଅଭିଯୋଗ କଲେ । ଏବେ ସେହି ଚଢା ଦର ପାଇଁ କାଉଣ୍ଟର ମାଲିକ ଗଣିବ ୨୦ ଲକ୍ଷ ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ ଜଣେ ଗ୍ରାହକ  ବାରଙ୍ଗସ୍ଥିତ ରାମଦାସପୁରରେଥିବା ଠିପିବନ୍ଦ ବିଦେଶୀ ମଦଦୋକାନକୁ ମଦ ପିଇବାକୁ ଯାଇଥିଲେ । ସେଠାରେ ଦୋକାନୀ    ବିୟରବୋତଲ ପିଛା ୧୦ଟଙ୍କା ଅଧିକନେଇ ଥିଲେ ।ଯାହାକୁ ନେଇ ଗ୍ରାହକଜଣକ ଖାଉଟିଅଦାଲତରେ ଅଭିଯୋଗ କରିଥିଲେ। ଗ୍ରାହକଙ୍କୁ କ୍ଷତିପୂରଣ ପ୍ରଦାନ ପୁର୍ବକ  ୨୦ଲକ୍ଷଟଙ୍କା ଜୋରିମାନା ଦେବାକୁ  ଆଦାଲତ ନିର୍ଦ୍ଦେଶ ଦେଇଥିଲେ ।ଏହି ଘଟଣାରେ କଟକଜିଲ୍ଲାପାଳ ନରହରିସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ନେତୃତ୍ୱରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ମଦ ଦୋକାନକୁ ସିଲ କରାଯାଇଛି।
Nalco

Leave A Reply