Odisha news

ନନ୍ଦନକାନନରେ ନିଖୋଜ ହେଲେ ବୃଦ୍ଧ,ଚିନ୍ତାରେ ପରିବାର ଲୋକେ

0
ବାରଙ୍ଗ : ପ୍ରାଣିଉଦ୍ୟାନ ନନ୍ଦନକାନନକୁ ବୁଲିବାକୁ ଆସି ନିଖୋଜ ହୋଇଛନ୍ତି ଜଣେ ବୃଦ୍ଧ ।ବୃଦ୍ଧ ଜଣକ ଝାଡଖଣ୍ଡର ରୁ ଆସିଥିବା ବେଳେ ବୟସ ୮୦ବର୍ଷ । ପ୍ରକାଶ ଯେ ,ମଙ୍ଗଳବାର ଦିନ ଓଡି୧୩-ଏସ-୪୫୫୫ନଂଟୁରିଷ୍ଟ ବସଟି ପୁରୀରୁ ୪୦ଜଣଯାତ୍ରୀନେଇ ବୁଲାଇବାକୁ ନନ୍ଦନକାନନକୁ ଆସିଥିଲା ।  ଏହି ବସରେ ନିଖୋଜ ବୃଦ୍ଧର ପରିବାର ଆସିଥିଲେ ।ବସଟି ଯାତ୍ରୀମାନଙ୍କୁ କୋଣାର୍କ, ଧଉଳି, ଲିଙ୍ଗରାଜ ମନ୍ଦିର,ଖଣ୍ଡଗିରି ବୁଲାଇସାରିବା ପରେ ମଙ୍ଗଳବାର ସାଢେ୪ଟା ପାଖାପାଖି ନନ୍ଦନକାନନକୁ ଆସିଥିଲା।ବସରେ ଥିବା ଗାଇଡର ସହାୟତାରେ ବସ ଯାତ୍ରୀମାନେ ନନ୍ଦନକାନନକୁ ବୁଲିବାକୁ ଯାଇଥିଲେ ।ନନ୍ଦନକାନନ ବୁଲିସାରି ସନ୍ଧ୍ୟା ସମୟରେ ବାହାରକୁ ବାହାରିବା ପରେ ବୃଦ୍ଧ ଜଣଙ୍କ ସାଙ୍ଗରେ ନଥିବାର ତାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ ।ଏହାପରେ ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧର ପତାପାଇପାରିନଥିଲେ ।ଏପରିକି ବୃଦ୍ଧଙ୍କ ପାଖରେ ଥିବା ମୋବଇଲ ଫୋନଟି ସୁଇଜଅପ୍ ହୋଇଯାଇଥିଲା ।ନନ୍ଦନକାନନ ପ୍ରବେଶପଥରେ ଲାଗିଥିବା ସିସିକ୍ୟାମେରା ରେ ବୃଦ୍ଧ ଜଣଙ୍କ ବାହାରିଥିବାର ଜଣାପଡିବାପରେ ପରିବାର ଲୋକଙ୍କ ଚିନ୍ତା ବଢିଯାଇଥିଲା ।ନିରୁପାୟହୋଇ ପରିବାରଲୋକ ନନ୍ଦନକାନନ ଥାନାରେ ଜଣାଇବାପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ବୃଦ୍ଧର ଅଦ୍ୟାବଧି ପତାମିଳିପାରିନାହିଁ ।ଅନ୍ୟପଟେ ନନ୍ଦନକାନନ ବସଷ୍ଟାଣ୍ଡରେ ଏହିପରିବାର ସମେତ ବସରେ ଥିବା ଅନ୍ୟଯାତ୍ରୀମାନେ ଅପେକ୍ଷା କରିରହିଥିବାର ଦେଖିବାକୁ ମିଳିଛି ।
Nalco

Leave A Reply