ବନ୍ତ (୮ ନଭେମ୍ବର ୨୦୨୨): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୪୪ତମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚକ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା ଓ ଅଂଳକରଣ କାର୍ୟ୍ୟ ତୁଲାଇଛନ୍ତି ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ।
ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍ସାଇଟ୍ ଗ୍ଦଷଙ୍କଭଷବକ୍ଟ୍ରବକ୍ଷକ୍ଷବଭବ.ସଦ୍ଭ, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍ସାଇଟ୍ ଗୁଗୁଲ୍ ବୁକ୍ସ୍, ଇସୁ ଓ ମ୍ୟାଗ୍ଷ୍ଟାର୍ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି ।