Odisha news

ସାଂସଦଙ୍କ ବ୍ୟାଗ ଦେଖି ସଂସଦରେ  ଚର୍ଚା

0

ବିଜେପି ସାଂସଦ ବାଂସୁରୀ ସ୍ୱରାଜ ଆଜି ୨୨ ଏପ୍ରିଲ ୨୦୨୫ ରେ ‘ one nation one election ‘ ର ଆହ୍ୱାନ କୁ ନେଇ ସଂଯୁକ୍ତ ସଂସଦୀୟ ସମିତି ର ବୈଠକ ରେ ଅଂଶ ଗ୍ରହଣ ନେବା ପାଇଁ ସଂସଦ ରେ ପହଂଚିଥିଲେ l ଏହି ସମୟ ରେ ବାଂସୁରୀ ର କାନ୍ଧରେ ଟାଙ୍ଗି ଥିଲେ, ଏହି ବ୍ୟାଗ ଟିର ରଙ୍ଗ କଳା ଥିଲା, ଏବଂ ଏହି ବ୍ୟାଗ ଟି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା, ଏବଂ ଏହି ବ୍ୟାଗ କୁ ନେଇ ବର୍ତମାନ ସବୁଠି ଚର୍ଚା l

ବାଂସୁରୀ ଙ୍କ ବ୍ୟାଗ ରେ ଏଭଳି କଣ ଥିଲା ?
ନୀଳ ରଙ୍ଗର ଶାଢ଼ୀ ପିନ୍ଧି ସଂସଦ ଭବନ ରେ ପହଂଚିଥିଲେ ବାଂସୁରୀ ଓ କାନ୍ଧ ରେ ଗୋଟିଏ କଳା ରଙ୍ଗର ବ୍ୟାଗ ଟାଙ୍ଗି ଥିଲେ, ଏହି ବ୍ୟାଗ ରେ ନାଲି ରଙ୍ଗରେ ଇଂରାଜୀ ରେ ଲେଖା ହୋଇଥିଲା ‘ନେସନାଲ ହୋରାଲଦ ଲୁଟ ‘ ବାଂସୁରୀ ଏହାପରେ ଗାନ୍ଧୀ ପରିବାର ଉପରେ ଆକ୍ରମଣ କରି କହିଛନ୍ତି ପ୍ରଥମେ ଲୋକତନ୍ତ୍ର ର ଚତୁର୍ଥ ସ୍ତମ୍ଭ ମିଡ଼ିଆ ଉପରେ ଆକ୍ରମଣ ହୋଇଥିଲା l

ନେସନାଲ ହୋରାଲଦ କେଶ କଣ ? –
ପ୍ରବର୍ତନ ନିର୍ଦେଶାଳୟ ଦ୍ୱାରା ନେସନାଲ ହୋରାଲଦ ମାମଲା ରେ କଥିତ ଭାବରେ ୯୮୮ କୋଟି ଟଙ୍କା ର ଧନ ଶୋଧନ ପାଇଁ ଏଠାରେ ଗୋଟିଏ ବିଶେଷ ଅଦାଲତ ରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କ ସହିତ ଅନ୍ୟ ମାନଙ୍କ ବିରୋଧରେ ଆରୋପ ଦାୟର ହୋଇଛି, କଂଗ୍ରେସ ଏହାକୁ ବିଜେପି ର ଷଡଯନ୍ତ୍ର ବୋଲି ଦର୍ଶାଇଛି l

ସଂଯୁକ୍ତ ସଂସଦୀୟ ସମିତି ର ବୈଠକ –
ସୁପ୍ରିମ କୋର୍ଟ ର ପୂର୍ବ ଜଜ ହେମନ୍ତ ଗୁପ୍ତା , ଭାରତୀୟ ବିଧି ଆୟୋଗ ର ପୂର୍ବ ଅଧକ୍ଷ ବିଏସ ଚୌହାନ ଓ ଜଣାଶୁଣା ଓକିଲ ଏବଂ କଂଗ୍ରେସ ସଂସଦ ଅଭିଷେକ ମାନୁ ସିଂଘଵୀ ସେହି ଲୋକଙ୍କ ମଧ୍ୟରେ ସାମିଲ ରହିଛନ୍ତି, ଯିଏକି ଏକ ସାଙ୍ଗରେ ମତଦାନ କରାଇବା ବିଷୟ କୁ ନେଇ ସଂସଦ ସଂଯୁକ୍ତ ସମିତି ର ସମକ୍ଷ ନିଜର ବିଚାର ରଖିବେ, ଭାଜପା ସଂସଦ ପି.ପି . ଚୌଧୁରୀ ଏହି ସମିତି ର ଅଧକ୍ଷାତା କରୁଛନ୍ତି l

Leave A Reply