Odisha news

କିନ୍ନର ଆଖଡା ସଂଘ ପକ୍ଷରୁ ସୁନାଦେଇ ପାହାଡଉପରେ ସୁନ୍ଦରା କାଣ୍ଡ ପ୍ରବଚନ

0

ବାଙ୍କୀ ନିକଟସ୍ଥ ସୁନାଦେଇ ପାହାଡ ଉପରେ ପ୍ରଭୁ ଶ୍ରୀ ମହାବୀରଙ୍କ ନିକଟରେ ବାଙ୍କୀ ସୀତାରାମ୍ ପରିବାର ସହିତ ଶକ୍ତି ଆରଧନା ପରିକ୍ରମା କିନ୍ନର ଆଖଡା ଓଡିଶାଙ୍କ ମିଳିତ ଉଦ୍ୟମରେ ମଙ୍ଗଳବାର ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା । କିନ୍ନର ସଂଘର ସଭାନେତ୍ରୀ ମୀରା ପରିଡାଙ୍କ ସମେତ ବହୁ କିନ୍ନର ପହଞ୍ଚି ଭଜନ କୀର୍ତ୍ତନ କରିଥିଲେ । ଦୀର୍ଘ ସମୟ ଧରି ହନୁମାନ ଚାଳିଶା ପାଠ କରାଯାଇଥିଲା । ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା ମୀରା ପରିଡାଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରିଥିଲେ । ସୀତାରାମ୍ ପରିବାର ପକ୍ଷରୁ ରମେଶ ଚନ୍ଦ୍ର ସାହୁ , ମୀନାରାଣି ଆଚାର୍ଯ୍ୟ, ଉଷାରାଣୀ ଆଚାର୍ଯ୍ୟଙ୍କ ସହଯୋଗରେ ହୋଇଯାଇଛି । ଏହି ପ୍ରବଚନ ଶୁଣିବା ପାଇଁ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଶ ଚନ୍ଦ୍ର ପାଢୀ, ବାଙ୍କୀ ଏସଡିପିଓ ପ୍ରଶନ୍ନ କୁମାର ବିଶ୍ୱାଳ, ସାମ୍ବାଦିକ ଅନନ୍ତ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ସଞ୍ଜୀପ କୁମାର ନାୟକ, କାହ୍ନୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply