Odisha news

ଜନତାଙ୍କ ବିପୁଳ ସମର୍ଥନରେ ସରିଲା ଜନତା କର୍ଫୁ୍ୟ

0

ବାଙ୍ଗିରିପୋଷି,: ଜନତା ପାଳିଲେ ଜନତା କର୍ଫୁ୍ୟ । ଜନତାଙ୍କ ଆରଗ୍ୟ ନିମିତ ଏବଂ ୃକରୋନା ମହାମାରୀର ମୁକାବିଲା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଧ୍ୟଶରେ ୨୧ ତାରିଖ ଜନତା କର୍ଫୃୁ୍ୟ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ସକାଳ ୭ ଟା ପାଖାରୁ ରାତି ୯ଟା ପର୍ଯ୍ୟନ୍ତ ସାମାଜିକ ଦୂରତା ରଖି ଘରେ ରହି ନିଜକୁ ସୁରକ୍ଷୀତ ରଖୀବାକୁ ଏକ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ ।

ଏହାର ଫଳ ସ୍ୱରୁପ ଆଜି ବାଙ୍ଗିରିପୋଷି ବ୍ଲକର ସମଗ୍ର ଅଂଚଳରେ ସାଧାରଣ ଲୋକେ ସ୍ୱତଃପ୍ରତଃ ଭାବେ ନିଜକୁ ଅନ୍ୟଠାରୁ ଦୁରେଇ ରଖି ଜନତା କର୍ଫୃୁ୍ୟ ମାନିଥିଲେ । ଗାଁ ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତେ ଏହାକୁ ସମର୍ଥନ କରି ଘରେ ରହିଥିବାର ଦେଖିବାକୁ ମିଳିଥିଲା । ସକାଳ ଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ରାସ୍ତାଘାଟ ଶୁନଶାନ ପଡିଯାଇଥିଲା । କେବଳ ମେଡିସିନ ଦୋକାନ ବାଦେ ଅନ୍ୟ ଦୋକାନ ଗୁଡିକ ସଂପୁର୍ଣ୍ଣ ରୁପେ ବନ୍ଦ ରହିଥିଲା । ଯାନବାହାନ ଚଳାଚଳ ମଋଧ୍ୟ ସଂପୁର୍ଣ୍ଣ ରୁପେ ଠପ ପଡିଥିଲା ।

ଲୋକମାନେ ଜନତା କର୍ଫୃୁ୍ୟ ମାନିବା ପାଇଁ ପୁର୍ବଦିନ ହିଁ ନିଜର ଅତ୍ୟାବସକ ସାମଗ୍ରୀ କିଣି ନେଇଥିଲେ । ସେହିପରି କରୋନା ପରି ମହାମାରୀ ସହ ଲଢିବା ପାଇଁ ନିରବଛିନ୍ନ ଭାବେ ସଜାଗ ରହି କାର୍ଯ୍ୟ କରୁଥିବା, ସଚେତନତା ବାଂଟୁଥିବା ଡାକ୍ତର, ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଜରୁରୀକାଳୀନ ଅଧିକାରୀ, ପ୍ରଶାସନିକ ଅଧିକାରୀ, ମିଡିଆଙ୍କ ଉଦ୍ଦ୍ୟଶରେ ମଙ୍ଗଳ କାମନା କରି ଠିକ ସଂଧ୍ୟା ୫ ସମୟରେ ସାଧାରଣ ଜନତା ଶଙ୍ଖ ଧ୍ୱନୀ ଦେଇ, ଥାଳି ବଜାଇ, ଘଂଟ ବଜାଇ,ତାଳି ବଜାଇ ନିଜର ଭଲପାଇବା ପ୍ରଦର୍ଶନ କରିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିିଶେଷରେ ଆଜି ସମସ୍ତଙ୍କ ନିକଟରେ ଏକତାର ଭାବ ଦେଖିବାକୁ ମିଳିଥିଲା । ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ ଏହି ଜନତା କର୍ଫୁ୍ୟ ପାଇଁ ସକାଳ ଠାରୁ ରାତି ପର୍ଯ୍ୟନ୍ତ ସଜାଗ ରହିଥିଲେ ।

Leave A Reply