Odisha news

ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

0

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଘଟିଛି ଦୁର୍ଘଟଣା । ଆଜି ମଧ୍ୟାନ୍ନ ସମୟରେ ଏନଏଲ୦୨ଏନ୦୭୪୮ ନମ୍ବର ବିଶିଷ୍ଟ ଏକ ଆଇରନ ଡଷ୍ଟ ବୋଝେଇ ଟ୍ରଲର କଲିକତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତା କୋଡରେ ଥିବା ପାହାଡରେ ଖୁବ ଜୋରରେ ବାଡେଇ ହେବାରୁ ଟ୍ରଲର ଚାଳକ ଗୁରୁତର ଆହାତ ହୋଇଥିଲେ । ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚିବା ପୁର୍ବରୁ ସ୍ଥାନୀୟ ସାମ୍ବାଦିକ ପ୍ରିତୀଶ ମହାନ୍ତ ଏବଂ ପ୍ରଦୀପ୍ତ ହୋତା ତାଙ୍କୁ ଉଦ୍ଧାର କରି ଆମ୍ବୁଲ୍ୟାନ୍ସ ସାହାର୍ଯ୍ୟରେ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରିଥିଲେ । ପରେ ଚାଳକ ଜଣକ ଝାଡଖଣ୍ଡ ଜିଲ୍ଲାର ରାମଗଡ ଘାଟ ଅଂଚଳର ଦିନେଶ ସୋନୀ (୩୭) ବୋଲି ଜାଣିବାକୁ ମିଳିଛି ।

Leave A Reply