Odisha news

କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ , ବିଜ୍ଞାନ ଦୃଷ୍ଟିରୁ ମଧ୍ୟ କଦଳୀ ପତ୍ରରେ ଭୋଜନ କରିବା ଖୁବ ଜରୁରୀ : ରିସର୍ଚ୍ଚ

0

ହିନ୍ଦୁ ଧର୍ମରେ କଦଳୀ ଗଛ, କଦଳୀ ପତ୍ର ଓ କଦଳୀ ର ଅନେକ ମହତ୍ୱ ରହିଛି, କଦଳୀ ଯେଉଁ ରୂପରେ ହେଲେ ମଧ୍ୟ ପୂଜା ପାଇଥାଏ l ହିନ୍ଦୁ ଧର୍ମରେ ଅନେକ ଗୁଡିଏ ସମ୍ପ୍ରଦାୟ ରେ କଦଳୀ ଗଛକୁ ପୂଜନ କରାଯାଇ ଥାଏ, ଏବଂ ଏହା ଗୋଟିଏ ଶୁଭ ଗଛ ଭାବରେ ଗ୍ରହଣ କରାଯାଏ , କିନ୍ତୁ କଦଳୀ ଗଛ କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ପୂଜ୍ୟ ଅଟେ l

ବିଶେଷ ଭାବରେ ଦକ୍ଷିଣ ଭାରତରେ ପ୍ରତିଦିନ କଦଳୀ ପତ୍ରରେ ଭୋଜନ ଗ୍ରହଣ କରାଯାଏ ଏବଂ ଭାରତର ସମସ୍ତ ମନ୍ଦିରରେ ମଧ୍ୟ କଦଳୀ ପତ୍ରରେ ଭୋଜନ ଗ୍ରହଣ କରିବାର ବିଧାନ ରହିଛି l ଗବେଷଣା କହୁଛି ଯେ ନିୟମିତ କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ଶରୀରକୁ ମିଳିଥାଏ ୬ ଟି ଚମତ୍କାର ଲାଭ l

କଦଳୀ ପତ୍ରରେ ଭୋଜନ କରିବାର ଲାଭ –
* ନିୟୁଟ୍ରିସନଲ ଭ୍ୟାଲିଉ ବୃଦ୍ଧି ହୁଏ –
କଦଳୀ ପତ୍ରରେ ଆବଶ୍ୟକୀୟ ପୋଷାକ ତତ୍ୱ ଭରପୁର ମାତ୍ରା ରେ ରହିଥାଏ, ଯେପରିକି ପୋଲିଫେନଲସ, ଭିଟାମିନ ଏ, ଭିଟାମିନ ସି , ଯେତେବେଳେ କଦଳୀ ପତ୍ରରେ ଆମେ ଭୋଜନ କରିଥାଉ ଏହିସବୁ ପୋଷାକ ତତ୍ୱ ଖାଦ୍ୟକୁ ମଧ୍ୟ ଅବଶୋସିତ କରିଥାଏ, ଯେଉଁ କାରଣରୁ ଖାଦ୍ୟର ମାନ ବୃଦ୍ଧି ହୋଇଯାଏ l

* ସ୍ୱାଦର ବୃଦ୍ଧି –
କଦଳୀ ପତ୍ର ରେ ଭୋଜନ କରିବା ଦ୍ୱାରା ଖାଦ୍ୟ ର ସ୍ୱାଦ ବଢି ଯାଇଥାଏ l ଏଥିରେ ଯେଉଁ ଗରମ ଖାଦ୍ୟ ପରସା ଯାଇଥାଏ ତାହା ଖାଦ୍ୟରେ ସୁଗନ୍ଧ ଭରିଦେଇ ଥାଏ l

* ଖାଦ୍ୟ ହଜମ ହୋଇଥାଏ –
କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିଥାଏ l କଦଳୀ ପତ୍ରରେ  ରହିଥିବା ପୋଲିଫେନଲସ ପାଚକ ଏଞ୍ଜାଇମ ର ଉତ୍ପାଦନ କୁ ବୃଦ୍ଧି କରିଥାଏ l ଯେଉଁ କାରଣରୁ ପୋଷାକ ତତ୍ୱ ଅବସୋସଣ ରେ ସାହାଯ୍ୟ ମିଳିଥାଏ l

* ପ୍ରାକୃତିକ କୀଟାଣୁ ନାଶକ –
କଦଳୀ ପତ୍ରରେ ପ୍ରାକୃତିକ ରୋଗ ରୂଣଧୀ ଗୁଣ ରହିଥାଏ l ଯାହାକି ଭୋଜନ ରେ ରହିଥିବା ହାନି କାରକ ବ୍ୟାକ୍ଟେରିଆ କୁ ମାରିବାରେ ସାହାଯ୍ୟ କରିଥାଏ l ଏହି କାରଣରୁ କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ହାନିକାରକ କୀଟାଣୁ ହ୍ରାସ ହୋଇଥାଏ l

* ଇକୋ ଫ୍ରେଣ୍ଡଲି –
କଦଳୀ ପତ୍ରରେ ଭୋଜି ଭତରେ ଖାଦ୍ୟ ଖାଇବା ଦ୍ୱାରା ପର୍ଯାବରଣ ଅନୁକୂଳ ଅଟେ, କାହିଁକି ପ୍ଲାଷ୍ଟିକ ଓ ଫାଓମ ପ୍ଲେଟ ରେ ଭୋଜନ କରିବା ଦ୍ୱାରା ଏହା ଡି -କମ୍ପୋଷ୍ଟ ହୋଇନଥାଏ l କିନ୍ତୁ କଦଳୀ ପତ୍ର ଖୁବ ସହଜ ରେ ହୋଇଯାଏ l

* ସାତ୍ଵିକ ବିଚାର –
କଦଳୀ ପତ୍ର ଯେହେତୁ ଗୋଟିଏ ପବିତ୍ର ବସ୍ତୁ ଅଟେ, ସେଥିପାଇଁ ଏଥିରେ ଭୋଜନ କରିବା ଦ୍ୱାରା ମନର ଚେତନା ସାତ୍ଵିକ ରହିଥାଏ ଏବଂ ମନ ମଧ୍ୟ ଶାନ୍ତ ରୁହେ l

Leave A Reply