Odisha news

କୁଞ୍ଜବିହାରୀ ଙ୍କ ନିକଟରେ ଦାମ ରାଉତ ଙ୍କ ଆରୋଗ୍ୟ କାମନା କରି ଦୀପ ଦାନ

0

ବାଲିତୁଠ ୨୧/୩ ପୁର୍ବତନ ମନ୍ତ୍ରୀ ତଥା  ପୁର୍ବତନ ବିଧାୟକ ଡ ଦାମୋଦର ରାଉତ ଙ୍କ ଅଶୁ ଆରୋଗ୍ୟ କାମନା କରି ଗଡକୁଜଙ୍ଗ କୁଞ୍ଜବିହାରୀ ମନ୍ଦିରରେ ସମୂହ ଦୀପ ଦାନ କରାଯାଇଛି ।ଏରସମାର ମଉଡ ମଣି, ମନ୍ଦିର ମଣିଷ ,ବରିଷ୍ଠ ରାଜନୀତିଜ୍ଞ, ଏରସମାର ତୁଣ୍ଡ ଭାବେ ସାରା ଓଡ଼ିଶାରେ ପରିଚିତ ଡ ଦାମୋଦର ରାଉତ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏକ ଘରୋଇ ଚିକିତ୍ସା ଳୟ ରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ପବିତ୍ର ଗୋବିନ୍ଦ ଦ୍ଵାଦଶୀ ତିଥି ରେ କୁଞ୍ଜବିହାରୀ ଙ୍କ ନିକଟରେ ଆରୋଗ୍ୟ କାମନା ପାଇଁ ଅଖଣ୍ଡ ଦୀପ ଟ୍ରଷ୍ଟି ପକ୍ଷରୁ ଲଗାଯାଇଛି ।ଆହୁରି ମଧ୍ୟ ଶ୍ରୀ ରାଉତ ଙ୍କୁ  ବେକ୍ତିଗତ ଭାବେ ଭଲ ପାଉଥିବା ଲୋକ ମାନେ କୁଞ୍ଜବିହାରୀ ଙ୍କ ନିକଟରେ ସମୂହ ଦୀପ ଦାନ କରି ଆରୋଗ୍ୟ କାମନା କରିଛନ୍ତି ।ଏହି ଅବସରରେ ସମ୍ପଦ ବାରିକ,ଯଦୁ ନାଥ ଖଟୁଆ ,ନଳିନୀ ବେହେରା,ବିଷ୍ଣୁ ପ୍ରଧାନ,ଜୀବନ ଲାଲ ବେହେରା,ବିଜୟ  ଚାନ୍ଦ ନାୟକ,ପ୍ରକାଶ ଦାସ ,ଭୋଳା ନାଥ ସ୍ୱାଇଁ,ଅଜିତ ପ୍ରସାଦ ରାଉତ ପ୍ରମୁଖ ସମୂହ ଦୀପ ଜାଳି ଆରୋଗ୍ୟ କାମନା କରିଛନ୍ତି ।

Har Ghar Tiranga

Leave A Reply