Odisha news

ଲୋନ କରିଦେବାକୁ କହି ଠକି ନେଲେ ୩୪ ହଜାର ୩୫୦ ଟଙ୍କା।

0
ବାଲିପାଟଣା :  ବାଲିପାଟଣା ଥାନା ଭାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଣେ ଯୁବକ ସାଇବର ଠକଙ୍କ ଜାଲରେ ପଡ଼ି ହରାଇଲେ ୩୪ ହଜାର ୩୫୦ ଟଙ୍କା । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମାଣିକପୁର ଗ୍ରାମର ଦିପକ କାଠୁଆ ଠକେଇର ଶିକାର ହୋଇଛନ୍ତି ।୧୨/୦୭/୨୦୨୪ ତାରିଖ ଦିନ ୩ଟାରେ ମୋ ୭୪୪୯୬୫୦୫୬୬ ରୁ ଫୋନ ଆସିଲା ଦିପକ  ଏଲ. ଆଣ୍ଡ ଟି ଫାଇନାନ୍ସରେ ତୁମ ପୁରୁଣା ଲୋନ୍ ବଦଳରେ ଏକ ନୁଆ ଋଣ ନେଇପାରିବ। ତାହା ପୁଣି ପୁରୁଣା ଲୋନ୍ ବନ୍ଦ କରି ସାତ ଲକ୍ଷ ଟଙ୍କା ଋଣ କରିବାକୁ  ଏଲ ଆଣ୍ଡ ଟି ଫାଇନାନ୍ସ କମ୍ପାନୀ କର୍ମଚାରୀ ପରିଚୟ ଦେଇ ସାଇବର ଠକ ଜଣକ ଦିପକଙ୍କୁ ପରାମର୍ଶ ଦେଇଥିଲେ । ପୁନଶ୍ଚ ୧୩/୦୭/୨୦୨୪ ଦିନ ଗୋଟାଏରେ ପୁଣି ମୋ ୯୮୩୬୫୭୯୬୫୬ ରୁ ଫୋନ ଆସିଲା ତୁମକୁ ଅଗ୍ରୀମ ଆକାରରେ ୩ଟି କିସ୍ତି ଡିପୋଜିଟ୍ କରିବାକୁ ପଡିବ ବୋଲି କହିଥିଲେ। ସାଇବର ଠକ ଜଣକ ଏକ ଆକାଉଣ୍ଟ ନଂ ୬୩୪୯୪୭୭୧୩୮(,kotak mahindra bank) ରେ ଜମା କରିବାକୁ ମଧ୍ୟ କହିଥିଲେ। ଦିପକ ୧୪/୦୭/୨୦୨୪ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩,୦୮୮ ଟଙ୍କା ଉକ୍ତ ଆକାଉଣ୍ଟରେ ଜମା କରି ରସିଦ ମଧ୍ୟ ପାଇଥିଲେ। ସେହିଦିନ ପୁଣି ଫୋନ କରି କହିଲା ତୁମ ଲୋନ୍ ଅପ୍ରୋଭ ହୋଇଯାଇଛି, ଆଉ ଗୋଟିଏ କିସ୍ତି ୧୧,୨୬୨/ ଟଙ୍କା ଜମା କଲେ ସଙ୍ଗେ ସଙ୍ଗେ ସାତ ଲକ୍ଷ ଟଙ୍କା ଚାଲିଯିବ। ପୁନଶ୍ଚ ଦୀପକ ସେହି ଜମା ଖାତାରେ ୧୧୨୬୨/ ଟଙ୍କା ଜମା କରି ଥିଲେ। ମୋଟ ୩୪ ହଜାର ୩୫୦ ଟଙ୍କା ଜମା କରିଥିଲେ । ଜମା କରି ସରିବା ପରେ ସଙ୍ଗେ ସଙ୍ଗେ  ସାଇବର ଠକକୁ  ଫୋନ୍ କରିଥିଲେ , କିନ୍ତୁ ଉକ୍ତ ମୋବାଇଲଟି ସ୍ୱିଚ୍ ଅଫ ଦେଖାଇଥିଲା । ଠକାମିର ଶିକାର ହୋଇଥିବା ଜାଣିବା ପରେ ଦିପକ  ମଞ୍ଚେଶ୍ୱର୍ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରତିଦିନ ନୂଆ ନୂଆ ତରିକାରେ ସାଇବର ଠକ ସାଧାରଣ ଲୋକଙ୍କୁ ନିଶାନା ବନାଉଛନ୍ତି । ଏ ଘଟଣାରେ ଦିପକ ଏକ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି । ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀ ଗ୍ରାହାକଙ୍କର ତଥ୍ୟ ସାଇବର ଠକଙ୍କୁ ଦେଉଛନ୍ତି । ଯେଉଁଥିପାଇଁ ସାଧାରଣ ଲୋକ ଟିଏ ସାଇବର ଠକର ଫୋନ୍ କଲକୁ ସହଜରେ ବିଶ୍ୱାସ କରି ନେଉଛନ୍ତି ଏବଂ ଠକେଇର ଶିକାର ହେଉଛନ୍ତି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦିପକ ଦାବି କରିଛନ୍ତି ।

Leave A Reply