Odisha news

ବାଲିପାଟଣାରେ ସ୍ୱାଭିମାନ ଦିବସ ପାଳନ 

0
ବାଲିପାଟଣା  : ୨୯/୦୪  ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ସରାଟ ମୌଜାର ଆରାଧ୍ୟ୍ୟ ଦେବତା ନୀଳକଣ୍ଠେଶ୍ଵରଙ୍କ ପିଠରେ  ‘ ଆମ ଓଡିଶା ‘ ଆନୁକୂଲ୍ୟରେ ‘ ରବିବାର ଅପରାହ୍ନ ରେ ସ୍ୱାଭିମାନ ଦିବସ ପାଳନ ହୋଇଯାଇଛି | ବାଲିପାଟଣା ପ୍ରେସ କ୍ଳବ ସଭାପତି ଦିଲ୍ଲୀପ କୁମାର ଓଝାଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ଅଵସର ପ୍ରାପ୍ତ ଅଧ୍ୟାପକ ଭାରତ ଭୁଷଣ ମହାନ୍ତି , ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବଂଶୀ ବାଦକ ରାଜ କିଶୋର ଦଳ ବେହେରା , ବନମାଳୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟ୍ୟକ୍ଷ କଲ୍ୟାଣ କୁମାର ପଣ୍ଡା , କବି ଭଗବାନ ସାହୁ , ବରିଷ୍ଠ ସମ୍ବାଦିକ ତଥା ଶିଶୁ ଅନନ୍ତ ସ୍ମୃତି ସାଂସଦ ସଭାପତି ଅଭିମନ୍ୟୁ ନାୟକ  ପ୍ରମୁଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ଚାରଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦିକ ଗଙ୍ଗାଧର ଓଝା , ଅଵସରପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ଜେନା  , ଅଵସର ପ୍ରାପ୍ତ ସରକାରୀ କର୍ମଚାରୀ ସରତ ଚନ୍ଦ୍ର ପରିଡା , ମହାଦେବଙ୍କ ପୂଜକ ମାନସ ପଣ୍ଡା , ସତ୍ୟଜିତ ରାୟ , ସମ୍ବାଦିକ ବିଦ୍ୟା ଭୁଷଣ ଭୋଳ  , ଆଶୁତୋଷ ଚୌଧୁରୀ , ଗୁରୁ ପ୍ରସାଦ ଦାସ ,  ମାନସ ଜେନା , ଦେବାଶିଷ ମହାନ୍ତି , ଦେବେନ୍ଦ୍ର ସ୍ୱାଇଁ , ଅରବିନ୍ଦ ସ୍ୱାଇଁ , ରବିନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ | ସମ୍ବାଦ ପ୍ରତିନିଧି ବସନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
Nalco

Leave A Reply