Odisha news

ବାଲିପାଟଣାର ସବୁ ଶୈବ ପୀଠ ଚଳଚଞ୍ଚଳ।

0
ବାଲିପାଟଣା : ଆଗାମୀ ମାର୍ଚ୍ଚ ମାସ ୮ ତାରିଖ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପ୍ରସ୍ତୁତି ପର୍ବ ଜୋର୍ ଦାର ଚାଲୁରହିଛି।ବାଲିପାଟଣାର ପ୍ରସିଦ୍ଧ ଶୈବ୍ୟ ପୀଠ ଶ୍ରୀ ବୁଦ୍ଧନାଥ ଦେବଙ୍କ ମୂଖ୍ୟ ପୂଜକ ଚନ୍ଦ୍ର ଶେଖର ପଣ୍ଡା କୁହନ୍ତି, ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ଯେ,ଲିଙ୍ଗରାଜ ମନ୍ଦିର ଓ ପ୍ରଭୁ ଲୋକନାଥ ମନ୍ଦିର ଅନୁଯାୟୀ ବୁଦ୍ଧନାଥ ଦେବଙ୍କ ପୀଠରେ ରାତି ୧୦ ଘଟିକାରେ ମହାଦୀପ ଉଠିବ। ସେହି ଦିନ ସକାଳୁ ସକାଳୁ  ମନ୍ଦିରରେ ବାଳ ଭୋଗ, ମଧ୍ୟାହ୍ନରେ ଖେଚେଡ଼ି ଡାଲମା, କାକରା ଓ ଏଣ୍ଡୁରୀ ପିଠା ଭୋଗ ଲାଗୁ ହେବ। ସେହିପରି ସଂଧ୍ୟାରେ ପୁର କାକରା, ଡାଲମା, ସଂଧ୍ୟାରେ ସନ୍ଧ୍ୟା ଆଳତୀ, ରାତିରେ ମହାଦୀପ ଉଠିବା ପରେ ରାତି କାକରା ଭୋଗ ଓ ରାତି ଧୂପ। କରାଯାଇ ପାହଡ ପଡବ।ସରାଟର ନୀଳକଣ୍ଠଶ୍ୱର୍ ଦେଵ, ଗାରେଡ଼ିପାଞ୍ଚଣର ବୁଦ୍ଧ ନାଥ ଦେବ,ଅଠାନ୍ତରର ବେଲେଶ୍ବର ଦେବ, ଆଳିଶିର ସ୍ବପନେଶ୍ୱର ଦେଵ, ରାଜସର ଶଙ୍କରେଶ୍ଵର ଦେଵ, ଆଳୋଇର ସୋମନାଥ ଦେଵ, ନୀଳକଣ୍ଠଶ୍ବର ଦେଵ, ମକୁନ୍ଧାସପୁରର  ବାଲୁଙ୍କେଶ୍ୱର ଦେଵ, ଦେଉଳଧରପୁରର ବୁଧେକେଶ୍ୱର ଓ ମଧୁକେଶ୍ୱର ଦେଵ, ଧାନହରାର ପଶ୍ଚିମଶମ୍ଭୁ, ଓ ତରବୋଇର ସିଧେଶ୍ୱର ଦେଵ ବିଶ୍ୱନାଥ ପୁର ର ବାବା ବାଲୁଙ୍କେଶ୍ଵର କିଆଯୋରୀ ର ନିଳକଣ୍ଠଶ୍ଵର ଙ୍କ ପୀଠରେ ମନ୍ଦିର ଚୂନ ଓ ରଙ୍ଗ କାମ ଜୋର୍ ଦାର୍ ଚାଲିଛି।
 ପ୍ରକାଶ ଥାଉକି ଭୁବନେଶ୍ବର ଠାରୁ ମାତ୍ର ଅଠର କିଲୋମିଟର ଦୂର ଉତ୍ତରା ବାଲିପାଟଣା ରାସ୍ତାରେ ଆସିଲେ ବାଟରେ ପଡିବ ଗାରେଡ଼ିପାଞ୍ଚଣ ଗ୍ରାମ। ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକ ଅଧୀନସ୍ଥ ଗାରେଡ଼ିପାଞ୍ଚଣ ଗ୍ରାମରେ ରହିଛି ଐତିହାସିକ ଶୈବପୀଠ ଶ୍ରୀ ବୁଦ୍ଧନାଥ ଦେବଙ୍କ ପ୍ରାଚୀନ ମନଲୋଭା ମନ୍ଦିର। ଜାଗର ଯାତ୍ରା ରେ ଏହି ମନ୍ଦିର ରେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାଗମ କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ତରଫରୁ ବ୍ୟାପକ ଆଇନ ଶୃଙ୍ଖଳା ର ବ୍ୟବସ୍ଥା ଗ୍ରହଣ କରାଯାଇଛି |
Nalco

Leave A Reply