ମଦ ଦୋକାନ ସଟର ଭାଙ୍ଗି, ପେଟି ପେଟି ମଦ ବୋହି ନେଲେ : ୧୫ ଲକ୍ଷ ଟଙ୍କାର ୧୪୦ ପେଟି ମଦ ଓ ଦୁଇ ଲକ୍ଷ ୫ ହଜାର ଟଙ୍କା ଲୁଟ୍।
ବାଲିପାଟଣା ୧୮/୦୧ : ବାଲିପାଟଣା ଥାନା ଅନ୍ତର୍ଗତ ବାଲିପାଟଣା ଛକ ନିକଟରେ ଥିବା ଏକ ସରକାରୀ ସ୍ଵୀକୃତି ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସେ ନଂ -୮, ଉପେନ୍ଦ୍ର ସାହୁ ଙ୍କର ସଟର ଭାଙ୍ଗି କେହି ଦୁର୍ବୃତ୍ତ ପେଟି ପେଟି ମଦ ବୋହି ନେବା ସହିତ କ୍ୟାସ ବକ୍ସରୁ ପ୍ରାୟ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ନିଜର କଳା କାରନାମାକୁ ଲିଭାଇବା ପାଇଁ ସି ସି ଟିଭି ହାଡ଼ ଡିସ୍କ ଓ କମ୍ପୁଟର ସର୍ଫ୍ଟ ୱୟାରକୁ ଲୁଟି ନେଇଛନ୍ତି।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗଲା କାଲି ବୁଧବାର ସନ୍ଧ୍ୟାରେ ୧୪୦ ପେଟି ମଦ ଯାହାର ମୂଲ୍ୟ ୧୪ ରୁ ୧୫ ଲକ୍ଷ ହେବ ବାଲିପାଟଣା ଦୋକାନ ପାଇଁ ଆସିଥିଲା। ସେଦିନ ସଂଧ୍ୟାରେ ବିକ୍ରିପଟ୍ଟା ସରିବା ପରେ ଦୋକାନ ବନ୍ଦ କରି ସମସ୍ତେ ଘରକୁ ଫେରି ଥିଲେ। ସେହିଦିନ ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଦୋକାନ ସଟର ଭାଙ୍ଗି ଭିତରକୁ ପଶି ଥିଲା। ଗାଡ଼ି ଲଗାଇ ପେଟି ପେଟି ମଦ ବୋହି ନେବା ସହିତ କ୍ୟାସ୍ ବକ୍ସରୁ ସେଦିନ ବିକ୍ରୀ ଟଙ୍କା ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ଲୁଟି ନେଇଥିଲେ। ଯିବା ପୂର୍ବରୁ ନିଜ କଳା କାରନାମା ଲିଭାଇବା ପାଇଁ ସିସିଟିଭି ଫୁଟେଜ ଓ କମ୍ପୁଟର ହାର୍ଡ ଡିସ୍କକୁ ମଧ୍ୟ ସାଥିରେ ଲୁଟି ନେଇଥିଲେ। ଗୁରୁବାର ଦିନ ସକାଳୁ କାଉଣ୍ଟର ମ୍ୟାନେଜର ବିକାଶ କୁମାର ବିଶ୍ବାଳ ଆସି ଦେଖନ୍ତି ତ ଦୋକାନ ସଟରକୁ କେହି ଭାଙ୍ଗି ଦେଇଛି। ସେ ଭିତରକୁ ଯାଇ ଦେଖନ୍ତି ବୁଧବାର ଆସିଥିବା ପେଟି ଗୁଡ଼ିକ ଆଉ ନାହିଁ। ନିକଟରେ କ୍ୟାସ୍ ବକ୍ସ ଭାଙ୍ଗି ପଡ଼ିଛି ଓ ସେଥିରେ ଗୋଟିଏ ବି ଟଙ୍କା ନାହିଁ।କାଉଣ୍ଟର ମ୍ୟାନେଞ୍ଜର ବିକାଶ କୁମାର ବିଶ୍ବାଳ ବାଲିପାଟଣା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି ଏହି ମଦ ଦୋକାନ ରୁ ଗତ ବର୍ଷ ଲକ୍ଷାଧକ ଟଙ୍କା ର ଚୋରି ହୋଇଯାଇଥିଲା ।