Odisha news

ବାଲିପାଟଣା : ୫ଟି ସଚିବଙ୍କ ଗ୍ରସ୍ତ ପାଇଁ ପ୍ରସ୍ତୁତି ବୈଠକ।

0
ବାଲିପାଟଣା ୧୮/୦୮: ଆସନ୍ତା ଅଗଷ୍ଟ ୨୩ ତାରିଖ ଦିନ ବିଜୁ ଜନତା ଦଳର ୫ଟି ସଚିବଙ୍କ ବନମାଳୀପୁର ସ୍ଥିତ ତ୍ରିବେଣୀ ପୀଠ ଗ୍ରସ୍ତ ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ଓ ବାଲିପାଟଣା ବ୍ଲକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଉପଲକ୍ଷେ ବିଜେଡ଼ି ଦଳର ଛାମୁଆଁ ନେତା, ତଥା ୨୯ ଜଣ ନିର୍ବାଚିତ ପ୍ରତିନିଧିଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତାପ କେଶରୀ ନାୟକଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହେବା ସହ ଆଗାମୀ ଅଗଷ୍ଟ ୨୩ ତାରିଖ ଦିନ,୫ ଟି ସଚିବଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ଦୁଇ ବ୍ଲକର ବିଭିନ୍ନ ପ୍ରକାର ସମସ୍ୟାକୁ ଉପସ୍ଥାପନା କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା।ତତ୍ ସହିତ ତ୍ରିବେଣୀ ପୀଠ ଠାରେ ପ୍ରତି ପଂଚାୟତରୁ କର୍ମୀମାନେ ପହଞ୍ଚି
ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ରହିବେ। କେଉଁ କେଉଁ ସ୍ଥାନରେ କି ପ୍ରକାର ବ୍ୟବସ୍ଥା ରଖାଯିବ ସେ ସମ୍ବଧରେ ବିସ୍ତୃତ ଆଲୋଚନା କରଯାଇଥିଲା। ଉକ୍ତ ବୈଠକରେ ଅବାହକ ଚୌଧୁରୀ ଦ୍ବାରିକାନାଥ ଦାଶ, ବରିଷ୍ଠ ନେତା ଦୃଗା ନନ୍ଦନ ମିଶ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ପାତ୍ର, ଦିଲ୍ଲୀପ କୁମାର ବଳିଆର ସିଂ, କାହ୍ନୁ ଚରଣ ପାତ୍ର, ରଞ୍ଜନ କୁମାର ମହାପାତ୍ର, ସମିତି ସଭ୍ୟ। ସୌଭାଗ୍ୟ ଲକ୍ଷ୍ମୀ ପ୍ରିୟଦର୍ଶିନୀ, ପୁର୍ବତନ ସରପଞ୍ଚ ସତ୍ୟଭାମା ବେହେରା, ଅର୍ଜୁନ ଜେନାମଣି,ମୂରଲୀଧର ସାହୂ, ହୃଷୀକେଶ ପାତ୍ର, ଯୁଧିଷ୍ଠିର ପରିଜା, ଅର୍ଜୁନ ସ୍ବାଇଁ,ସରପଞ୍ଚ କୃଷ୍ଣ ଚନ୍ଦ୍ର ଆପଟ୍ଟ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ବିଜୁ ଜନତା ଦଳରେ ବିବାଦ ଭୂଲି  ସମସ୍ତେ ଏକତ୍ରିତ ହୋଇ ୫ ଟି ସଚିବଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା

Leave A Reply