Odisha news

କହମଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଖାଲରେ ପଡ଼ିଲା ସଵାରୀ ଗାଡି: ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

0

ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ଆଡ଼ାରୀ ଠାରୁ କୋଟଗଡ଼ ଆସିବା ସମୟରେ  କହମଗୁଡ଼ା ଘାଟି ବୁଲାଣି ରାସ୍ତା ରେ ମଙ୍ଗଳବାର ଦିନ ଏକ ସବାରୀ ଗାଡି ଭାରସାମ୍ୟ ହରାଇ ପ୍ରାୟ 50 ଫୁଟ ତଳକୁ ଓଲଟି ପଡ଼ିଛି l ଏହି ଗାଡିରେ ପ୍ରାୟ  25ରୁ ଉର୍ଦ୍ଧ ଯାତ୍ରୀ ବସି ଥିଲେ ଓ ବହୁତ ଲୋକ ଆହାତ ହୋଇଥିବାରୁ ସଙ୍ଗେସଙ୍ଗେ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଟଗଡ଼ରେ ପ୍ରାଥମିକ ଚିକିତ୍ସା କରାଯାଇ ବାଲିଗୁଡ଼ା ମେଡ଼ିକାଲକୁସ୍ଥାନାନ୍ତରିତ କରାଯାଇଛି l

ସ୍ଥାନାନ୍ତରିତ ହୋଇଥିଵା ଯାତ୍ରୀ ମାନେ ହେଲେ ଆଟାଲି ଗ୍ରାମର ବୁଧେଶ୍ୱର ମଲିକ, ରିଙ୍କି ମଲିକ, ସିନ୍ଧଗୁଡା ଗ୍ରାମର ରାମରଥ ବଳିଆର ସିଂ, ପଡିପଙ୍ଗା ଗ୍ରାମର ସୁମିତ୍ରା ବଳିଆର ସିଂ, ଧୁଆଂବାଡ଼ ଗ୍ରାମର ଭିବିସନ ରୁପାମାଝି, ବରନା ଗ୍ରାମର ଗୀତା ମଲିକ, ଲୁଦୁମା ପ୍ରଧାନ ବାଲିଗୁଡା ମେଡିକାଲରେ ଚିକିତ୍ସା ହେଉଥିବା ବିଷୟ ମେଡ଼ିକାଲ ଅଧିକାରୀ ସୂଚନା ଦେଇଛନ୍ତି l

Leave A Reply