Odisha news

ଦ୍ବିତୀୟ ଦିନରେ ପଥରଖୋଲରୁ ବାହୁରୁନି ଡିଜେଲ; ଟାଙ୍କିକୁ ବଦନାମ କରିବାକୁ ଉଦ୍ୟମ: ମାଲିକ..

0

ବାଲିଗୁଡା,କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମାତ୍ର ଏହି ଘଟଣାର ଦ୍ବିତୀୟ ଦିନ ଅର୍ଥାତ୍‌ ରବିବାର ଉକ୍ତ ସ୍ଥାନରୁ ଆଉ ଡିଜେଲ ବାହାରୁନଥିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଏହି ଘଟଣା ଅଧିକ ରହସ୍ୟମୟ ହୋଇଛି। ତେବେ ଉକ୍ତ ସ୍ଥାନରୁ ୪ଶହ ମିଟର ଦୂରରେ ଏକ ପେଟ୍ରୋଲ ଟାଙ୍କି ରହିଥିବାରୁ କିଛି ଖଳପ୍ରକୃତିର ଲୋକ ବଦନାମ କରିବାକୁ ଉଦ୍ୟମ କରୁଥିବା ମାଲିକ ଅରୂପ କୁମାର ସାହୁ କହିଛନ୍ତି। ମାତ୍ର ତାଙ୍କ ଡିଜେଲ ଷ୍ଟକ ଠିକ୍‌ ରହିଛି। ତାଙ୍କ ଟାଙ୍କିରୁ କୌଣସି ପ୍ରକାର ଲିକେଜ୍‌ ହୋଇ ନ ଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ସେ କହିଛନ୍ତି ଯେଉଁଠି ଡିଜେଲ ବାହାରୁଥିଲା ସେଠି ରାତି ତମାମ ଲୋକ ଡିଜେଲ ନେବାକୁ ଭିଡ଼ ଜମାଇଥିଲେ, ହେଲେ ଆଉ ଡିଜେଲ ବାହାରି ନ ଥିଲା। ସୂଚନାଯୋଗ୍ୟ, ଶନିବାର ସକାଳେ ଲୋକେ ଉକ୍ତ ପଥରଖୋଲ ନିକଟରେ ରହିଥିବା ଏକ ଚୁଆକୁ ଗାଧୋଇବାକୁ ଯିବା ସମୟରେ ଡିଜେଲ ଗନ୍ଧ ଆସୁଥିବା ଜାଣି ପାରିଥିଲେ। ପରେ ଉକ୍ତ ପାଣିକୁ ଛାଣିବା ପରେ ସେଥିରୁ ଡିଜେଲ ବାହାରୁଥିବା ଜଣାପଡ଼ିଥିଲ। ଏହାକୁ ସଂଗ୍ରହ କରିବା ଲାଗି ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ଭିଡ଼କୁ ଦେଖି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ସେହିପରି ଜମି ମାଲିକ ଦୈତାରି ପଡ୍ରା ପୂର୍ବରୁ ପକାଇଥିବା ଧାନତଳି ଏବେ ନଷ୍ଟ ହୋଇଯାଇଥିବା କହିଛନ୍ତିି ।

Nalco

Leave A Reply