Odisha news

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୂଲ୍ୟବାନ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀ ଙ୍କ ନିଜ ଘରେ ଆତ୍ମହତ୍ୟା | ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ବାମୀ ସ୍ତ୍ରୀ ଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଅନ୍ୟ ଏକ କୋଠରୀ ରେ ସ୍ବାମୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏପରି ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତର ମଝିସାହି ରେ । ଏହି ଗ୍ରାମର ପ୍ରମୋଦ ମଲିକ ଗତ ୨ ବର୍ଷ ହେବ ପୁଆରୀ ମଲିକଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନିଜ ବାପା ଘରୁ ସ୍ତ୍ରୀ ପୁଆରୀ ଏକ ମୋବାଇଲ ଆଣିଥିଲେ । ତେବେ ଅଭାବ ରେ ପଡି ପ୍ରମୋଦ ମୋବାଇଲକୁ ବନ୍ଧା ରଖିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ କେନ୍ଦ୍ର କରି ସ୍ତ୍ରୀ ପୁଆରୀ ମଲିକ ପ୍ରଥମେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ସ୍ବାମୀ ପ୍ରମୋଦ ମଧ୍ୟ ନିଜକୁ ସହ୍ୟ କରି ନ ପାରି ଅନ୍ୟ ଏକ କୋଠରୀ ମଧ୍ଯରେ ଆତ୍ମହତ୍ୟା କରିଥିଲେ | ଖବର ପାଇ ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ ତଥା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଘରୁ
ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କରିଛି । ଏ ନେଇ ଘଟଣା ର ଅଧିକ ତଦନ୍ତ ଜାରୀ ରଖୁଛି ବାଲିଗୁଡା ପୋଲିସ ।ଉଭୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply