ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ରଥ ପର୍ଯ୍ୟବେକ୍ଷକ ଭାବେ ଅଂଶ ଗ୍ରହଣ କରି ଆଜିର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ ସଭା କୁ ସୁଚାରୁ ରୂପେ ତୁଲାଇ ଥିଲେ।ଏ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ନୂତନ ସଭାପତି ଓ ନୂତନ ସାଧାରଣ ସମ୍ପାଦକ ଚୟନ କରିଥିଲେ। ୨୦୨୨ ରେ ଶେଷ ଥର ପାଇଁ ଚୟନ ପ୍ରକ୍ରିୟା ହୋଇଥିଲା ଓ ୨୦୨୨ ମସିହାର ଜିଲ୍ଲା କମିଟି କୁ ଭାଙ୍ଗି ଦିଆ ଯାଇଥିଲା। ନୂତନ କର୍ମକର୍ତ୍ତା ଚୟନ ପୂର୍ବରୁ ପୁରାତନ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ସହ ବିଦାୟ ଦିଆଯାଇଥିଲା। ଜିଲ୍ଲା ର ନୂତନ ସଭାପତି ଭାବେ ସୁରଥ ମୁନି ଓ ସାଧାରଣ ସମ୍ପାଦକ ଭାବେ ତୀର୍ଥବାସୀ ଘଡ଼ାଇ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସମସ୍ୟା ର ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ଶ୍ରୀ ଘଢ଼ାଇ ମତ ପ୍ରକାଶ କରିଛନ୍ତି l