ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦରମା ମିଳନୁାହିଁ। ଉପଜିଲାପାଳଙ୍କ ହସ୍ତକ୍ଷେପ ସତ୍ବେ ଦରମା ନ ମିଳିବାରୁ ଏହା ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ୨୦୨୪ ମେ ମାସ ୧ ତାରିଖରେ ଅର୍ଥନୀତି ଅଧ୍ୟାପକ ଭାବେ ସନ୍ୟାସୀ ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ ସନ୍ତୋଷ କୁମାର ବେହେରା, ଇତିହାସ ଅଧ୍ୟାପିକା ବନ୍ଧନା ନାୟକ, ଓଡ଼ିଆ ଅଧ୍ୟାପକ ସମୀର କହଁର, ଖେଳ ଶିକ୍ଷକ ଶୁଭାଶିଷ କହଁର ଓ ଡାଟା ଏଣ୍ଟ୍ରି ଅପରେଟର ଅଭିନାଶ ବଳିଆରସିଂଙ୍କୁ ନିଯୁକ୍ତି ମିଳିଥିଲା। ସେମାନେ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କରି ଆସୁଛନ୍ତି । କିନ୍ତୁ ଆଜକୁ ୬ ମାସ ହେଲାଣି ଦରମା ପାଇନାହାନ୍ତି। ସେମାନେ ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ସତ୍ବେ କୌଣସି ପ୍ରକାର ସୁଫଳ ନ ମିଳିବାରୁ ବାଧ୍ୟହୋଇ ଧାରଣା ଦେଇଥିବା କହିଛନ୍ତି।