Odisha news

ଘରେ ଶୋଇଥିବା ବେଳେ ଏସିଡ ମାଡ଼ : ବାପା ପୁଅ ଗୁରୁତର

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ ହୋଇଛି।ଏସିଡ ମାଡ଼ରେ ବାପା ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥା ରେ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଥିଲା l ଏହା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିଲା।ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଂଚାୟତ ର ବୁଢାକୁନ୍ଦେଲ ଗାଁ ମୋହନ ପନ୍ଦର (୪୦) ନିଜ ୧୨ ବର୍ଷ ର ପୁଅ ଅନୁଜଙ୍କ ସହ ଶୋଇଥିଲେ | ରାତ୍ରି ପ୍ରାୟ ୨ ଘଣ୍ଟ ସମୟରେ ଶୋଇଥ‌ିବା ଅବସ୍ଥାରେ କେହି ଜଣେ ଦୁବୁତ୍ତ ଆସି ଏସିଡ ଫିଙ୍ଗି ଦୌଡ଼ି ପଳେଇଥ‌ିବା ଅଭିଯୋଗ କରିଛନ୍ତି l ଏସିଡ ମାଡ଼ର ଶିକାର ହୋଇଥିବା ମୋହନ ପନ୍ଦର ଓ ତାଙ୍କ ପୁଅ ର ଛାତି ଓ ମୁହଁ ପୋଡି ଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି l  ଖବର ପାଇବା ପରେ ଘଟଣା ସ୍ଥଳରେ ତୁମୁଡିବନ୍ଧ ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପଂହଁଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି |
Nalco

Leave A Reply