Odisha news

ଯୋଗାଣ ବିଭାଗର ଚଢାଉ : ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ 

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଶନିବାର ଅଚାନକ ଚଢ଼ାଉ କରି ୬ କ୍ୱିଣ୍ଟାଲ ସରକାରୀ କଣ୍ଟ୍ରୋଲ ଚାଉଳ ଦେଖିବାକୁ ପାଇଥିଲେ l ଉକ୍ତ ଚାଉଳ ବିଷୟରେ ସୂର୍ଯ୍ୟ ପ୍ରସାଦ ପଣ୍ଡା ଅଧିକାରୀ ମାନଙ୍କୁ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ l ଏଣୁ ବାଧ୍ୟ ହୋଇ ଯୋଗାଣ ଅଧିକାରୀ ମାନେ ଉକ୍ତ ୬ କ୍ୱିଣ୍ଟାଲ ଚାଉଳକୁ ଜବତ କରି ନିକଟସ୍ଥ ଲ୍ୟାମ୍ପ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି l ଏ ନେଇ  ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ନାମରେ ଏତଲା ଦାଏର କରାଯାଇ ଅଧିକ ଅନୁସନ୍ଧାନ ଜାରୀ ରହିଥିବା ବିଷୟ ଜବତ କରିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ପ୍ରକାଶ କରିଛନ୍ତି l
Har Ghar Tiranga

Leave A Reply