Odisha news

ଜଙ୍ଗଲର ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଓ ପଥପ୍ରାନ୍ତ ନାଟକ

0
ବାଲିଗୁଡା  : ବାଲିଗୁଡା ବନଖଣ୍ଡ ତଥା ଏହାର ଆଖପାଖ ଅଞ୍ଚଳରେ ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ଆଞ୍ଚଳିକ ଭାଷା ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ l ବାଲିଗୁଡ଼ା ଡିଏଫ୍ଓ ବିଶ୍ୱରାଜ୍ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣୀ ଗାଁ ବନଖଣ୍ଡ ଅଧିକାରୀ ହରିହର ବେହେରା ଙ୍କ ନେତୃତ୍ବ ରେ ଗଦାପୁର ସେକ୍ସନ ଓ ବ୍ରାହ୍ମଣୀ ଗାଁ ସେକ୍ସନ୍ ଠାରେ ଇନ ଚାର୍ଜ ବନ ପାଳ ସଞ୍ଜୀବ ବେହେରା ଦୀପକ ରଞ୍ଜନ ପଟ୍ଟନାୟକ, ପରିବେଶବିତ ଚିତ୍ରସେନ ପାତ୍ର ଙ୍କ ସମେତ ସମସ୍ତ ବନରକ୍ଷୀ ପ୍ରମୁଖ ଉପସ୍ଥିତ ଥିଲେ l ଗଦାପୁର ଓ ବ୍ରାହ୍ମଣୀ ଗାଁ ବଜାର ରେ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ରୁ ନିବୃତ ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବନ ସୁରକ୍ଷା ସମିତି ର ସଦସ୍ୟ ସମେତ ପାଞ୍ଚଶହ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି  ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l କାର୍ଯ୍ୟକ୍ରମ ରେ ଫାୟାର ସ୍କାର୍ଡ ସହଯୋଗ କରିଥିଲେ l ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରଚିତ ପଥପ୍ରନ୍ତ ନାଟକ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାର ମାନେ  ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମ ରେ ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ବନ୍ୟପ୍ରାଣୀ ସୁରକ୍ଷା ବୃକ୍ଷ ରୋପଣ ଉପରେ ସଚେତନତା ସୃଷ୍ଟି କରିଥିଲେ l ଆଞ୍ଚଳିକ ଭାଷାରେ ପ୍ରମୋଦ କୁମାର ଦଣ୍ଡସେନା ଜନ ସଚେତନତା କରି ଲୋକକୁ ସଚେତନତାର ବାର୍ତ୍ତା ଦେଇଥିଲେ l ସଙ୍ଗୀତରେ     ବିଶିଷ୍ଠ କଳାକାର ଅଶୋକ ଦଣ୍ଡସେନା ଥିବା ବେଳେ          ବାଦ୍ୟଯନ୍ତ୍ର ରେ ସଚିଦା ନନ୍ଦ ପାତ୍ର ପରିଚାଳନା କରିଥିଲେ l  ସେହିପରି ବିଭିନ୍ନ ଭୂମିକାରେ ବୁନା, ଗାୟତ୍ରୀ,  ଚୁମୁକି , ପ୍ରମୁଖ କଳାକାର  ଅଭିନୟ କରିଥିଲେ l ଉପସ୍ଥିତ ଦର୍ଶକ ଓ ଗ୍ରାମବାସୀ ମାନେ ପଥପ୍ରାନ୍ତ ନାଟକ କାର୍ଯକ୍ରମ ଜରିଆରେ ସଚେତନ ହୋଇଥିବା ପ୍ରକାଶ କରିଥିଲେ l
Nalco

Leave A Reply