ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜିବି ପଦ୍ମ ଚରଣ ପଟ୍ଟନାୟକ(୭୩)ଙ୍କ ସୋମବାର ସନ୍ଧ୍ୟାରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି l ଏହି ଖବରପାଇ ବାଲିଗୁଡା ଟାଉନ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା। ସ୍ବର୍ଗତ ପଟ୍ଟନାୟକ କଛିଦିନ ହେଲା ଅସୁସ୍ଥ ହୋଇ ଫୁଲବାଣୀ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ସନ୍ଧ୍ୟା ସମୟ ରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ସ୍ବର୍ଗତ ପଟ୍ଟନାୟକ ସମଗ୍ର ଜିଲ୍ଲାର ଜଣେ ଆଦର୍ଶ ତଥା ବରିଷ୍ଠ ଦକ୍ଷ ଓକିଲ ଭାବେ ବେଶ ପରିଚିତ ଥିଲେ l ପ୍ରକାଶ ଯେ, ସ୍ବର୍ଗତ ପଟ୍ଟନାୟକ ବାଲିଗୁଡା ଜୁଡ଼ିସିଆଲ କୋର୍ଟ ରେ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ ଦିନ ଧରି ଦକ୍ଷ ଓକିଲାତି କରିବା ସହ ଜଣେ ଧର୍ମ ପାରାୟଣ, ପରୋପକାରୀ, ମିଷ୍ଟଭାଷୀ, ସ୍ୱଷ୍ଟବାଦୀ, ଓ ପ୍ରକୃତି ପ୍ରେମୀ ତଥା ମେଳାପୀ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ l ତାଙ୍କର ଏହି ମୃତ୍ୟୁ ଖବର ପାଇବା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ପୁଅ, ଝିଅ, ଜୋଇଁ, ନାତି ନାତୁଣୀ, ବନ୍ଧୁ ବାନ୍ଧବ, ଆତ୍ମୀୟସ୍ୱଜନ ଏବଂ ଫୁଲବାଣୀ ଓ ବାଲିଗୁଡା ଓକିଲ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ମଙ୍ଗଳବାରଦିନ ବାଲିଗୁଡାଠାରେ ଅନ୍ତେଷ୍ଟକ୍ରିୟା ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି l