Odisha news

ଦାରିଙ୍ଗବାଡି କଫି ବଗିଚାରେ କାଫେର ମଜା ନେବେ ପର୍ଯ୍ୟଟକ

0
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):  ଓଡ଼ିଶାର କାଶ୍ମୀର କୁହାଯାଉଥ‌ିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ଦିନକୁ ଦିନ ନୂଆଁ ନୂଆଁ ଅଧ୍ୟାୟ ଯୋଡ଼ି ହେଉଥ‌ିବା ଦେଖିବାକୁ ମିଳିଛି । କେତେବେଳେ ନୂତନ ପର୍ଯ୍ୟଟନ ସ୍ଥଳୀ ଯୋଡ଼ି ହେଉଛି ତ ଆଉ କେତେବେଳେ ସରକାର ଙ୍କ ନୂତନ ପ୍ରକଳ୍ପ ଯୋଡ଼ି ହେଉଛି । ଚଳିତ ବର୍ଷ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହୋଇଛି କଫି କାଫେ । ଏହି କଫି କାଫେ ଦାରିଙ୍ଗବାଡିରେ ରହିଥ‌ିବା କଫି ବଗିଚା ମଧ୍ଯରେ ନିର୍ମାଣ ହୋଇଛି । କଫି କାଫେ ସହ ରହିଛି ଶିଶୁ ଉଦ୍ୟାନ । ଏହି କଫି କାଫେରେ ପର୍ଯ୍ୟଟକ ମାନେ କଫିର ମଜା ନେବା ସହ ଶିଶୁ ମାନଙ୍କ ପାଇଁ ଶିଶୁ ଉଦ୍ୟାନରେ ବିଭିନ୍ନ ଖେଳ କୁଦର ବ୍ୟବସ୍ଥା ରହିଛି । ଫାଇବରରେ ନିର୍ମିତ ହରିଣ, ବାଘ, ଭାଲୁ, ସିମ୍ପାଞ୍ଜି,ମୟୂର ଭଳି ପଶୁ ପକ୍ଷୀଙ୍କ ମୂର୍ତ୍ତି ରହିଛି। ଏଥି ସହିତ ଦୋଳି, ଖସଡ଼ା, ଟୀଙ୍ଗ ଜମିଂ ଆଦିର ବ୍ୟବସ୍ଥା ରହିଛି । ଫାଇବରରେ ନିର୍ମିତ ପ୍ରଜାପତିରେ ରହିଛି ସେଲଫି ପଏଣ୍ଟ । ପୂର୍ବରୁ ପର୍ଯ୍ୟଟକ ମାନେ ଖାଲି କଫି ବଗିଚାରେ କଫି ଗଛ, ଗୋଲମରିଚ ଗଛ, ଠେକୁଆ ଆଦି ଦେଖୁଥିଲେ। ହେଲେ ଏବେ ଏହି କଫି ବଗିଚା ରେ ଆଉ କିଛି ସ୍ୱତନ୍ତ୍ର ଦେଖିବାକୁ ମିଳିବ । ଜିଲ୍ଲା ଓ ବ୍ଲକ ପ୍ରଶାସନର ଉଦ୍ୟମ କ୍ରମେ ଏହି କଫି କାଫେ ହୋଇ ପାରିଥିବାରୁ ପର୍ଯ୍ୟଟକ ତଥା ଅଞ୍ଚଳ ବାସୀ ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି ।

Leave A Reply