Odisha news

ବାଲିଗୁଡା ସହରରେ ବଢୁଛି ଟ୍ରାଫିକ ସମସ୍ୟା, ସୁଧାରିବା ପାଇଁ କାହାର ଆନ୍ତରିକତା ନାହିଁ

0
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ର ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ କନ୍ଧମାଳ ଜିଲ୍ଲାର ବାଲିଗୁଡା ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ବେଳେ ଏହାକୁ ସୁଧାରିବା ପାଇଁ କାହାରି ଆନ୍ତରିକତା ନ ଥିବା ଭଳି ମନେ ହେଉଛି। ଯାହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ବାଲିଗୁଡା ସହର ଦେଇ ପ୍ରତି ଦିନ ଶହ ଶହ ଆନ୍ତଃ ରାଜ୍ୟ ଓ ଜିଲ୍ଲା ଓ ଦିନ ତମାମ ଗାଡ଼ି ଚଳପ୍ରଚଳ ହେଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ବାଲିଗୁଡା ସହର ମଧ୍ଯ ଭାଗକୁ ଛାଡ଼ିଦେଲେ ସ୍ଥାୟୀ ସରକାରୀ ସ୍ତରରେ ବାଇପାସ ରାସ୍ତା ର ସୁବିଧା ନଥିବା ଯୋଗୁଁ ସମସ୍ତ ଭାରୀ ଯାନ ଗୁଡିକ ବଜାର ମଧ୍ଯ ଦେଇ ୫୯ ନଂ ଜାତୀୟ ରାଜପଥ ରେ ଯାତାୟତ କରୁଥିବା ଯୋଗୁଁ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ପାଟ୍ଟଖଣ୍ଡା ମନ୍ଦିର,ନେହୁରୁ ଛକ, ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଅଧିକ ଟ୍ରାଫିକ ସମସ୍ୟା ରହିଛି l ବାଲିଗୁଡା ସହରରେ ଟ୍ରାଫିକ ସମସ୍ୟା ପ୍ରତି ଉପଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ସ୍ଥାନୀୟ ଥାନା ପୋଲିସ ବିଭାଗ ତରଫରୁ କୌଣସି ପ୍ରକାରେ ଦୃଷ୍ଟି ଦିଆଯାଉନଥିବା ଯୋଗୁଁ ବାଲିଗୁଡା ସହରର ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଦିନ ସମୟ ରେ ଓ ସନ୍ଧ୍ୟା ସମୟରେ ଅଧିକ ଟ୍ରାଫିକ ସମସ୍ୟା ଦେଖାଦେଉଛି।ବିଭିନ୍ନ ଛୋଟ ବଡ଼ ଗାଡି ରାସ୍ତା ଉପରେ ଅଧିକ ସମୟ ରଖି ବ୍ୟବସାୟ କରୁଥିବା ବେଳେ କିଏ ଗାଡି ରଖି ଦୋକାନ କୁ ଚାଲି ଯାଉଛନ୍ତି। ସନ୍ଧ୍ୟା କିମ୍ବା ଦିନ ସମୟ ରେ ପୁଲିସ ର ପାଟ୍ରୋଲିଂ ହେଉନଥିବାରୁ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଞ୍ଚଳର ବହୁ ସଚେତନ  ନାଗରିକ ମାନେ ମନଇଛା ଏଣେତେଣେ ନିଜନିଜର ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଗୁଡ଼ିକୁ ଘଣ୍ଟା ଘଣ୍ଟା ଧରି ରଖୁଛନ୍ତି ଯାହା ଫଳରେ ବିଶେଷ କରି ସ୍କୁଲ ଓ ଅଫିସ ସମୟରେ ଯାତାୟତ କରୁଥିବା ସ୍କୁଲ ଗାଡ଼ି ଓ ଦୁଇ ଚକିଆ ଯାନ ରେ ଯାତାୟତ କରୁଥିବା ସରକାରୀ ତଥା ବେସରକାରୀ କର୍ମଚାରୀ ମାନେ ନିଜର ଗନ୍ତ୍ରବ୍ୟ ସ୍ଥଳରେ ସମୟସୀମା ମଧ୍ୟରେ ପହଞ୍ଚି ନପାରି ଅପଦସ୍ତ ହେଉ ଥିବାର ବହୁ ନଜିର ରହିଛି । ବାଲିଗୁଡ଼ା ସହର ମଧ୍ୟ ଭାଗ ରେ ଥିବା ପାଟ୍ଟଖଣ୍ଡା ମନ୍ଦିର ର ବହୁ ଦୋକାନ ଘର ରହିଥିବା ବେଳେ ପାର୍କିଂ ପାଇଁ କିମ୍ବା ଶୌଚାଳୟ ନିମନ୍ତେ ଜାଗା ଟିକିଏ ବି ନଥିବାରୁ ଗ୍ରାହକ ଓ ଦୋକାନ ବଜାର କୁ ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭେଟନାରୀ ସମ୍ବୁଖ ରେ ସରକାର ଗୋଟିଏ ଶୌଚାଳୟ ନିର୍ମାଣ କରିଥିଲେ କିନ୍ତୁ ଏବେ ସେଠାରେ ଏକ ଦୋକାନ ଘର ନିର୍ମାଣ ହେଉଛି l ବାଲିଗୁଡା ସହରର ଟ୍ରାଫିକ ସମସ୍ୟା ସଂପର୍କ ରେ ଉପଜିଲ୍ଲାପାଳ ଏମଏସ ମଧୁମିତା,ଉପଖଣ୍ଡ ଆରକ୍ଷୀ ଅଧିକାରୀ ୟଶ ପ୍ରତାପ ଶ୍ରୀମଲ ଓ ପ୍ରୋବେଶନ ଡିଏସପି ଶୁଭ୍ରଜିତ ବିଶ୍ଵାଳ କହିଛନ୍ତି ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ତାହାକୁ ସୁଧାରିବା ପାଇଁ ସ୍ଥାନୀୟ ଜନସାଧାରଣ, ବ୍ୟବସାୟୀ ଙ୍କ ସହ ଖୁବ ଶିଘ୍ର ଆଲୋଚନା କରି ସମସ୍ୟା ର ସମାଧାନ କରାଯିବ। ତେବେ ଦେଖିବାର ବାକିରହିଲା କେବେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ପ୍ରସାଶନିକ ଆନ୍ତରିକତା ଦେଖାଦେଉଛି।
Har Ghar Tiranga

Leave A Reply